ଓଡିଶା

odisha

ETV Bharat / state

ନିଜେ ପଢିଥିବା ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ - ମୋ ସ୍କୁଲ ଅଭିଯାନରେ ସୁରେଶ ମହାପାତ୍ର

କେନ୍ଦୁଝର ଜିଲ୍ଲାର ସର୍ବ ପୁରାତନ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଧିକ ପଢନ୍ତୁ...

ମୋ ସ୍କୁଲ ଅଭିଯାନରେ ସାମିଲ ହେଲେ ମୁଖ୍ୟ ଶାସନ ସଚିବ
ମୋ ସ୍କୁଲ ଅଭିଯାନରେ ସାମିଲ ହେଲେ ମୁଖ୍ୟ ଶାସନ ସଚିବ

By

Published : Feb 28, 2021, 10:08 PM IST

Updated : Mar 1, 2021, 9:42 AM IST

କେନ୍ଦୁଝର:ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟ ଶାସନ ସଚିବ । କେନ୍ଦୁଝର ଜିଲ୍ଲାରେ ମୋ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହାସହ ସେ ସର୍ବ ପୁରାତନ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ଏହି ପୁରାତନ ବିଦ୍ୟାଳୟରେ ପୂର୍ବରୁ ଅଧ୍ୟୟନ କରୁଥିଲେ ।

ମୋ ସ୍କୁଲ ଅଭିଯାନରେ ସାମିଲ ହେଲେ ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଛାତ୍ର ସଂସଦ ପକ୍ଷରୁ ଏକ ଅଭ୍ୟର୍ଥନା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସୁରେଶ ମହାପାତ୍ରଙ୍କୁ ଆଲୁମିନି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟର ପୁରୁଣା ମର୍ଯ୍ୟାଦାକୁ ଫେରାଇ ଆଣିବାକୁ ଏହି ବୈଠକରେ ଆଲୋଚନା କରାଯାଇଛି । ଏଥିରେ ସମସ୍ତ ଶିକ୍ଷକ ପୂର୍ବତନ ଛାତ୍ର ଓ ଅଧିକାରୀମାନେ ଯୋଗ ଦେଇଥିଲେ ।

ତେବେ ବିଦ୍ୟାଳୟର ପୂର୍ବ ଗୌରବ ଫେରାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଅବସରରେ ସେ ଏକ ଆଇସିଟି ବା ରୋବୋଟିକ ବ୍ୟବସ୍ଥା ଯୁକ୍ତ କକ୍ଷକୁ ଉଦଘାଟନ କରିଛନ୍ତି । ଆଗାମୀ ଦିନରେ ବିଦ୍ୟାଳୟର ସାମୂହିକ ଉନ୍ନତିର ଲକ୍ଷ ସହ ସ୍ମାର୍ଟ କ୍ଲାସ ନିର୍ମାଣ କରାଯିବ ବୋଲି ସୁରେଶ ମହାପାତ୍ର ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Mar 1, 2021, 9:42 AM IST

ABOUT THE AUTHOR

...view details