କେନ୍ଦୁଝର: ପାଖେଇ ଆସୁଛି ନିର୍ବାଚନୀ ତାରିଖ । ଜମୁଛି ପ୍ରଚାର ମୈଦାନ । ଉଷ୍ଣ ହେଉଛି ରାଜ୍ୟ ରାଜନୀତି ପାଣିପାଗ । 3ୟ ପର୍ଯ୍ୟାୟ ମତଦାନ ପାଇଁ ଗତ 28 ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ଟିକେଟ ପାଇଥିବା କେନ୍ଦୁଝର ଜିଲ୍ଲାର ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି ।
କେନ୍ଦୁଝର ଆସନରୁ ନାମାଙ୍କନ ଭରିଲେ ହେଭିୱେଟ୍ ପ୍ରାର୍ଥୀ
ପାଖେଇ ଆସୁଛି ନିର୍ବାଚନୀ ତାରିଖ । ଜମୁଛି ପ୍ରଚାର ମୈଦାନ । ଉଷ୍ଣ ହେଉଛି ରାଜ୍ୟ ରାଜନୀତି ପାଣିପାଗ । 3ୟ ପର୍ଯ୍ୟାୟ ମତଦାନ ପାଇଁ ଗତ 28 ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।
ଆଜି କେନ୍ଦୁଝର ଜିଲ୍ଲାରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ପାଇଥିବା ମୋହନ ହେମ୍ବ୍ରମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ବିପକ୍ଷରେ ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ଚନ୍ଦ୍ରାଣୀ ମୁର୍ମୁ ନାମାଙ୍କନ ଦାଖଲ କରିଛନ୍ତି । ଚନ୍ଦ୍ରାଣୀ ସ୍ଥାନୀୟ କାଳୀ ପଡିଆରୁ ଏକ ବିରାଟ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେହିପରି ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରେମାନନ୍ଦ ନାଏକ ନିଜ କର୍ମୀଙ୍କ ସହ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅପରପକ୍ଷେ ସଦର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ଗଣେଷ ମୁଣ୍ଡା ମଧ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ