ଓଡିଶା

odisha

ETV Bharat / state

120ରୁ ଉର୍ଦ୍ଧ୍ବ ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ମହାପ୍ରଭୁ ଜଗନ୍ନାଥ

ବ୍ୟଞ୍ଜନ ଦ୍ବାଦଶୀ ଉପଲକ୍ଷେ 120 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି କରାଯାଇ ଭୋଗ ଲାଗି ହୋଇଥିଲା କେନ୍ଦୁଝର ଜିଲ୍ଲାର ସର୍ବପୁରାତନ ପୀଠ ସିଦ୍ଧମଠରେ। ଅଧିକ ପଢ଼ନ୍ତୁ...

By

Published : Dec 9, 2019, 10:05 PM IST

byanjan dwadasi, byanjan dwadasi celebrated, byanjan dwadasi in keonjhar's sidhha matha, ଜଗନ୍ନାଥଙ୍କୁ 120ରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ଲାଗି, ମହାପ୍ରଭୁ ଜଗନ୍ନାଥଙ୍କର ବ୍ୟଞ୍ଜନ ଦ୍ଵାଦଶୀ, ବ୍ୟଞ୍ଜନ ଦ୍ଵାଦଶୀ, କେନ୍ଦୁଝର ଜିଲ୍ଲା ସିଦ୍ଧମଠ
120ରୁ ଉର୍ଦ୍ଧ୍ବ ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ଜଗନ୍ନାଥ

କେନ୍ଦୁଝର: ସୋମବାର ଅନୁଷ୍ଠିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ବ୍ୟଞ୍ଜନ ଦ୍ଵାଦଶୀ। ପରମ୍ପରା ଅନୁଯାୟୀ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ଲାଗି ହୋଇଥାଏ। ପୁରୀରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ସେହିପରି କେନ୍ଦୁଝର ଜିଲ୍ଲାର ସର୍ବପୁରାତନ ପୀଠ ସିଦ୍ଧମଠରେ ମଧ୍ୟ ସ୍ବତନ୍ତ୍ର ରୀତିନୀତିରେ ମହାପ୍ରଭୁଙ୍କ ବ୍ୟଞ୍ଜନ ଦ୍ବାଦଶୀ ପାଳିତ ହୋଇଛି।

ସୋମବାର ବ୍ୟଞ୍ଜନ ଦ୍ବାଦଶୀ ଉପଲକ୍ଷେ 120 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି କରାଯାଇ ଭୋଗ ଲାଗିହୋଇଥିଲା। କ୍ଷୀରି, କାକରା, ବିଭିନ୍ନ ପ୍ରକାର ଅନ୍ନ, ଡାଲି, କେନ୍ଦୁଝର ପ୍ରସିଦ୍ଧ ତାଟ, ମିଠା, ଫଳ ଆଦି 120ରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ପ୍ରସ୍ତୁତ କରା ଯାଇଥିଲା। ଏସବୁ ବ୍ୟଞ୍ଜନ ପ୍ରସ୍ତୁତିରେ କେନ୍ଦୁଝରର ପାରମ୍ପରିକ ଖାଦ୍ୟର ଛାପ ଦେଖିବାକୁ ମିଳିଥିଲା।

120ରୁ ଉର୍ଦ୍ଧ୍ବ ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ଜଗନ୍ନାଥ

ବେଦ ବିଦ୍ୟାଳୟର ଛାତ୍ରଙ୍କ ଦ୍ବାରା ବେଦ ପାଠ ପରେ ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗି ହୋଇଥିଲା । ପରେ ଏହା ସମସ୍ତ ଭୋଗକୁ ଭକ୍ତଙ୍କୁ ବଣ୍ଟନ କରା ଯାଇଥିଲା। ଭକ୍ତ ପ୍ରସାଦ ପାଇ ମନ ପ୍ରୀତ ହେବା ସହ ପରମ୍ପରା ବଜାୟ ରଖିବାକୁ ଆଶା ରଖିଛନ୍ତି।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details