ଓଡିଶା

odisha

ETV Bharat / state

ମହାମାରୀ ସମୟରେ 103 ୟୁନିଟ ରକ୍ତ ସଂଗ୍ରହ

କୋରୋନା କାଳରେ ରକ୍ତର ଅଭାବ ଦୂର କରିବାକୁ କେନ୍ଦୁଝରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଶିବିରରୁ 103 ୟୁନିଟ ରକ୍ତ ସ୍ଂଗ୍ରହ ହୋଇଛି । ଅଧିକ ପଢନ୍ତୁ...

ମହାମାରୀ ସମୟରେ 103ୟୁନିଟ ରକ୍ତ ସଂଗ୍ରହ
ମହାମାରୀ ସମୟରେ 103ୟୁନିଟ ରକ୍ତ ସଂଗ୍ରହ

By

Published : Oct 18, 2020, 2:44 PM IST

ଆନନ୍ଦପୁର: କୋରୋନା କାୟାରେ ଏବେ ସାରା ଦେଶ । କୋରୋନାରେ ଆକ୍ରାନ୍ତ ହୋଇ କେତେ ଜଣ ଯେ ପ୍ରାଣ ହରାଇଲେଣି ତାର କଳ୍ପନା କରି ଦେବନି । ତେବେ ଏ ମହାମାରୀ ସମୟରେ ଯେମିତି ରକ୍ତର ଅଭାବ ନ ହୁଏ ସେଥିପାଇଁ ଓଡିଶା ମୋ ପରିବାର ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ।

ମହାମାରୀ ସମୟରେ 103ୟୁନିଟ ରକ୍ତ ସଂଗ୍ରହ

ଲୋକମାନଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇବା ଏକ ମହତ କାମ । ରକ୍ତର ଅଭାବ ଦୂର କରିବାକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ରକ୍ତ ଦାନ ଶିବିର ଆୟୋଜିତ କିରିବାକୁ ରାଜ୍ୟ ସରକାର ଆହ୍ବାନ ଦେଇଛନ୍ତି । ସରକାରଙ୍କ ଆହ୍ବାନ କ୍ରମେ ଓଡିଶା ମୋ ପରିବାର ତରଫରୁ ସାଇଁକୁଳ ପତିତପାବନ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଅନେକ ଯୁବଗୋଷ୍ଠି ରକ୍ତଦାନ କରିଥିଲେ । ଶିବିରରେ ପ୍ରାୟ 80ରୁ ଅଧିକ ଲୋକ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଛନ୍ତି । ଅନୁଷ୍ଠିତ ଶିବିରରୁ 103 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଆଗକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଶିବିରର ଆୟୋଜନ ହେବ ବୋଲି କହିଛନ୍ତି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ।

କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ଅତିଥୀ ଭାବେ ସ୍ଥାନୀୟ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ମୋ ପରିବାର ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ ଯୋଗଦେଇ ଦୀପ ପ୍ରଜଳନ କରି ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details