ଓଡିଶା

odisha

ETV Bharat / state

କେନ୍ଦୁଝରରେ ଥାନା ଘେରାଉ ସହ କୋକେଇ ଶୋଭାଯାତ୍ରା ପାଇଁ ବିଜେପିର ଚେତାବନୀ - ବିଜେପି ଆନ୍ଦୋଳନ

ମମିତା ମେହେର ହତ୍ୟାକାଣ୍ଡ ମାମଲାକୁ କେନ୍ଦ୍ର କରି କେନ୍ଦୁଝରରେ ବିଜେପିର ପ୍ରେସମିଟ । ଜିଲ୍ଲାରେ ଏସପି ରାଜ୍ୟ ସରକାରଙ୍କ ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କଲା ଦଳ । ଥାନା ଘେରାଉ ପାଇଁ ଦେଲା ଚେତାବନୀ । ଅଧିକ ପଢନ୍ତୁ...

କେନ୍ଦୁଝରରେ ଥାନା ଘେରାଉ ସହ କୋକୋଇ ଶୋଭାଯାତ୍ରା ପାଇଁ ବିଜେପିର ଚେତାବନୀ
କେନ୍ଦୁଝରରେ ଥାନା ଘେରାଉ ସହ କୋକୋଇ ଶୋଭାଯାତ୍ରା ପାଇଁ ବିଜେପିର ଚେତାବନୀ

By

Published : Nov 6, 2021, 2:52 PM IST

କେନ୍ଦୁଝର:ଥମୁନାହିଁ ମମିତା ମେହେର ହତ୍ୟାକାଣ୍ଡର ତାତି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପ୍ରତିବାଦ ଜାରି ରଖିଛି ବିଜେପି । ଏହି ହତ୍ୟା ଘଟଣାକୁ କେନ୍ଦ୍ର କରି ରାଜ୍ୟରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛି କେନ୍ଦୁଝର ବିଜେପି । ଏପରିକି ଜିଲ୍ଲାରେ ଏସପି ରାଜ୍ୟ ସରକାରଙ୍କ ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ଦଳ ଅଭିଯୋଗ କରିଛି । ଏଣୁ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ଏସପିଙ୍କ ଉପରେ ବର୍ଷିବା ସହ ଜିଲ୍ଲାପାଳଙ୍କ ବଦଳି ଦାବି କରିଛି ବିଜେପି ।

କେନ୍ଦୁଝରରେ ଥାନା ଘେରାଉ ସହ କୋକୋଇ ଶୋଭାଯାତ୍ରା ପାଇଁ ବିଜେପିର ଚେତାବନୀ

କେନ୍ଦୁଝରରେ ଅରାଜକତା ସୃଷ୍ଟି ହୋଇଛି । ସଦର ବିଧାୟକ ମୋହନ ମାଝୀଙ୍କୁ ବୋମାମାଡ଼, ଆଦିବାସୀ ନେତାଙ୍କୁ ଗିରଫଦାରି ପ୍ରତିବାଦରେ ଆଗାମୀ ଦିନରେ ବିଜେପି ପ୍ରତି ଥାନା ଘେରାଉ କରିବାକୁ ଯୋଜନା ରଖିଛି । ଏହି ଘେରାଉ ସହ କ୍ୟାପଟେନ ଦିବ୍ୟଶଙ୍କରଙ୍କ ନାମରେ ଏତଲା ଓ ମହିଳା ମୋର୍ଚ୍ଚା ପକ୍ଷରୁ କୋକେଇ ଶୋଭାଯାତ୍ରା କରାଯିବ ବୋଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।

୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ କେନ୍ଦୁଝର ବନ୍ଦ ଡାକରା ଦିଆଯିବ ବୋଲି ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି । ସେହିପରି ପୂର୍ବତନ ତେଲକୋଇ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଦଳ ଛାଡିବାକୁ ନେଇ ବିଜେପି କହିଛି, ସେ ନିଜ ସ୍ବାର୍ଥ ପାଇଁ ଦଳ ଛାଡିଛନ୍ତି । ଏହାଦ୍ବାରା ଦଳ ଉପରେ ସେପରି କିଛି ପ୍ରଭାବ ପଡିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details