ଓଡିଶା

odisha

ETV Bharat / state

ମଡେଲ ମଣ୍ଡିରୁ ବାଦ୍‌ କେନ୍ଦୁଝର, ପ୍ରତିବାଦରେ ଲୌହ ପଥର ରପ୍ତାନୀ ବନ୍ଦ ପାଇଁ ଚେତାବନୀ

ରାଜ୍ୟ ସରକାରଙ୍କ ମଡେଲ ମଣ୍ଡି ବ୍ୟବସ୍ଥାରୁ ବାଦ ପଡିଛି କେନ୍ଦୁଝର ଜିଲ୍ଲା । ଏ ନେଇ ପ୍ରତିବାଦ କରିଛି ବିଜେପି କୃଷକ ମୋର୍ଚ୍ଚା । ଅଧିକ ପଢନ୍ତୁ

By

Published : Apr 29, 2022, 8:41 PM IST

ମଡେଲ ମଣ୍ଡିରୁ ବାଦ କେନ୍ଦୁଝର, ପ୍ରତିବାଦରେ ଲୌହ ପଥର ରପ୍ତାନୀ ବନ୍ଦ ପାଇଁ ଚେତାବନୀ
ମଡେଲ ମଣ୍ଡିରୁ ବାଦ କେନ୍ଦୁଝର, ପ୍ରତିବାଦରେ ଲୌହ ପଥର ରପ୍ତାନୀ ବନ୍ଦ ପାଇଁ ଚେତାବନୀ

କେନ୍ଦୁଝର: ରାଜ୍ୟ ସରକାର କିଛି ଦିନ ପୂର୍ବରୁ ବହୁ ଜିଲ୍ଲାକୁ ମଡେଲ ମଣ୍ଡି ଦେବା ପାଇଁ ଘୋଷଣା କରିଛନ୍ତି । ଏହି ଜିଲ୍ଲା ମଧ୍ୟରୁ କେନ୍ଦୁଝର ଜିଲ୍ଲା ବାଦ୍‌ ପଡିଛି । ଏହାକୁ ନେଇ ତୀବ୍ର ପତିକ୍ରିୟା ପ୍ରକାଶ କରିଛି ବିଜେପି(BJP) କୃଷକ ମୋର୍ଚ୍ଚା । କୃଷି କ୍ଷେତ୍ରରେ ଜିଲ୍ଲା ପ୍ରତି ଏଭଳି ବୈମାତୃକ ମନୋଭାବ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ମଡେଲ ମଣ୍ଡିରୁ ବାଦ କେନ୍ଦୁଝର, ପ୍ରତିବାଦରେ ଲୌହ ପଥର ରପ୍ତାନୀ ବନ୍ଦ ପାଇଁ ଚେତାବନୀ

କେନ୍ଦୁଝର ମଡେଲ ମଣ୍ଡି, ବହୁମୁଖି ଗୋଦାମ ଘର ନିର୍ମାଣ, ଉଠା, କ୍ଷୁଦ୍ର ଓ ମଧ୍ୟମ ଜଳସେଚନର ସୁବ୍ୟବସ୍ଥା, ରବି ଋତୁରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଦାବି କରିଛି ବିଜେପି । ଏଥିସହ ଖରିଫ ଋତୁରେ ଟୋକନ ଲାପ୍ସ ହୋଇଥିବା କୃଷକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଦାବିରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ପକ୍ଷରୁ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଅନନ୍ତ ଚରଣ ସାହୁଙ୍କ ନେତୃତ୍ବରେ ଏକ ଦଳ ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତଙ୍କ ଉପସ୍ଥିତିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

କେନ୍ଦୁଝର ଜିଲ୍ଲାକୁ କୃଷି କ୍ଷେତ୍ରରେ ଏଭଳି ବୈମାତୃକ ମନୋଭାବ ପୋଷଣ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । ଏହା ସହ ଜିଲ୍ଲାର କୃଷକଙ୍କୁ ହତାଦର କଲେ କୋଟି କୋଟି ଟଙ୍କାର ଲୌହ ପଥର ରପ୍ତାନୀକୁ ବନ୍ଦ କରିଦିଆଯିବ ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details