ଓଡିଶା

odisha

By ETV Bharat Odisha Team

Published : Nov 17, 2023, 9:48 PM IST

ETV Bharat / state

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି, ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି । କେନ୍ଦୁଝର, ଢେଙ୍କାନାଳ ଏବଂ କଳାହାଣ୍ଡିରେ ବିଜେପିର ଆନ୍ଦୋଳନ । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି, ସରକାରୀ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗ
ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି, ସରକାରୀ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗ

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି, ସରକାରୀ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗ

କେନ୍ଦୁଝର/ଢେଙ୍କାନାଳ/ଭବାନୀପାଟଣା:ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରିଛି ବିଜେପି । ରାଜ୍ୟ ସରକାର ନିଜ ଶାସନ ମଧ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣି ବ୍ଲକ ଘେରାଉ କରିଛି ବିଜେପି । ବର୍ତ୍ତମାନ ରାଜ୍ୟର ସମସ୍ତ ବ୍ଲକ ଏବଂ ମ୍ୟୁନିସିପାଲିଟି ଅଫିସରେ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ସେହିଭଳି ଆଜି କେନ୍ଦୁଝର, ଢେଙ୍କାନାଳ ଏବଂ ଭବାନୀପାଟଣାରର ମଧ୍ୟ ବିଭିନ୍ନ ବ୍ଲକ ଘରାଉ କରିଛି ଦଳ ।

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି, ସରକାରୀ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗ

କେନ୍ଦୁଝରରେ ବିଜେପିର ବ୍ଲକ ଘେରାଉ

ଆଜି ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକରେ ବିଜେପି ପକ୍ଷରୁ ଘେରାଉ କରାଯାଇଛି । ରାଜ୍ୟରେ ହେଉଥିବା ଦୁର୍ନୀତି ଯେଭଳି ଭାବରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହ ବିଜୁ ପକ୍କା ଘର ଯୋଜନା ସହ ସ୍ୱାସ୍ଥ୍ୟ, ଶିକ୍ଷା ଉନ୍ନତି ପାଇଁ ହେଉଥିବା ଯୋଜନାରେ ବ୍ୟାପକ ଦୁର୍ନୀତି ରାଜ୍ୟର ବିଜେଡି ସରକାର କରୁଛି ବୋଲି ଅଭିଯୋଗ କରିଛି ଦଳ । ଶତାଧିକ ବିଜେପି କର୍ମୀ ସ୍ଥାନୀୟ ଧୂର୍ପଦା ଠାରୁ ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ସଦର ବ୍ଲକ ଠାରେ ପହଞ୍ଚିଥିଲେ ।

ଢେଙ୍କାନାଳରେ ବିଜେପିର ବ୍ଲକ ଘେରାଉ

ଆଜି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ, ଭୁବନ ଓ ଓଡ଼ପଡା ବ୍ଲକ କାର୍ଯ୍ୟାଳୟକୁ ବିଜେପି ପକ୍ଷରୁ ଘେଆଉ କରାଯାଇଛି। ବିଜେପି ନେତା ସୁନୀଲ ଶର୍ମାଙ୍କ ନେତୃତ୍ୱରେ ଓଡ଼ପଡା ବ୍ଲକ ସମ୍ମୁଖରେ ବିଜେପି କର୍ମୀମାନେ ଅନ୍ଦୋଳନ କରିଥିଲେ । ପରେ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ ବିଜେପି କର୍ମୀ । ଏହା ପରେ ବ୍ଲକ ଉନ୍ନୟନ ଅଧିକରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନଙ୍କ ନେତୃତ୍ୱରେ ପରାଜଙ୍ଗରେ ବ୍ଲକ କାର୍ଯ୍ୟାଳୟ ଘରାଉ କରାଯାଇଛି ।ଏପଟେ ଭୁବନ ବ୍ଲକରେ ମଧ୍ୟ ଭାବେ ବିଜେପି କର୍ମୀ ମାନେ ବ୍ଲକ ଘେରାଉ କରିିଥିଲେ ।
ଏହା ମଧ୍ୟ ପଢନ୍ତୁ......ରାଜ୍ୟରେ ସ୍ୱାସ୍ଥ୍ୟସେବାର ସ୍ଥିତି ଦୁର୍ଭାଗ୍ୟଜନକ କହି ବର୍ଷିଲା ବିଜେପି

ଭବାନୀପାଟଣାରେ ବିଜେପିର ବ୍ଲକ ଘେରାଉ

ନୂଆପଡା ଜିଲ୍ଲା ବିଜେପି ପକ୍ଷରୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ସିନାପାଲି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ପ୍ରଥମେ ସିନାପାଲି ବସଷ୍ଟାଣ୍ଡ ପାଖରେ ଶହ ଶହ ବିଜେପି ନେତା କର୍ମୀ ଚାଷୀ ମୂଲିଆ ବୁଦ୍ଧିଜୀବୀ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ପରେ ଏକ ବିଶାଳ ରେଲିରେ ବାହାରି ସିନାପାଲି ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବା ବେଳକୁ ପୋଲିସ ଅଟକାଇଥିଲା । ଫଳରେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ପରେ ପରିସ୍ଥିତି ଶାନ୍ତ ହେବାପରେ ସିନାପାଲି ବିଡ଼ିଓଙ୍କ ସହିତ ଖୋଲା ମଞ୍ଚରେ ତଳେବସି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର,ଢେଙ୍କାନାଳ,କଳାହାଣ୍ଡି

ABOUT THE AUTHOR

...view details