ଓଡିଶା

odisha

ETV Bharat / state

ବାଲି ଚୋରା ଚାଲାଣ ରୋକ ନେଇ ଦାବିପତ୍ର ଦେଲା ବିଜେପି

ରାଜ୍ୟର ପ୍ରାୟ ସମସ୍ତ ନଦୀରେ ବେଆଇନ ବାଲି ଚୋରାଚାଲାଣ କରାଯାଉଥିବା ଅଭିଯୋଗ କଲା ବିଜେପି । ଦୃଢ ଆଇନର ଆବଶ୍ୟକତା ଥିବା କହିଲେ ନମାମି ଗଙ୍ଗେ ପ୍ରୋଜେକ୍ଟର ରାଜ୍ୟ ବିଜେପି ସଭାପତି ମହେଶ୍ବର ସାହୁ । ଅଧିକ ପଢନ୍ତୁ

By

Published : Apr 5, 2022, 9:18 PM IST

ବାଲି ଚୋରା ଚାଲାଣ ରୋକ ନେଇ ଦାବିପତ୍ର ଦେଲା ବିଜେପି
ବାଲି ଚୋରା ଚାଲାଣ ରୋକ ନେଇ ଦାବିପତ୍ର ଦେଲା ବିଜେପି

କେନ୍ଦୁଝର:ରାଜ୍ୟର ପ୍ରାୟ ସମସ୍ତ ନଦୀରେ ବେଆଇନ ବାଲି ଚୋରାଚାଲାଣ କରାଯାଉଥିବା ଅଭିଯୋଗ କଲା ବିଜେପି । ଏହି ବାଲି ଚୋରାଚାଲଣ ପାଇଁ ଓଡିଶା ଭଳି ଗରିବ ରାଜ୍ୟରେ ବାର୍ଷିକ ୧୪ ହଜାର କୋଟି ଟଙ୍କାର ଟିକସ ହାନି ହେଉଛି । ଏସବୁ ହେବା ପଛର ମୁଖ୍ୟ କାରଣ ହେଉଛି ଓଡିଶାରେ ନଦୀରୁ ବାଲି ଉଠାଇବା ନେଇ କୌଣସି ପଲିସି ରାଜ୍ୟ ସରକାର ଆପଣାଉ ନଥିବା କହିଛନ୍ତି ନମାମି ଗଙ୍ଗେ ପ୍ରୋଜେକ୍ଟର ରାଜ୍ୟ ବିଜେପି ସଭାପତି ମହେଶ୍ବର ସାହୁ ।

ବାଲି ଚୋରା ଚାଲାଣ ରୋକ ନେଇ ଦାବିପତ୍ର ଦେଲା ବିଜେପି

୨୦୧୮ ମସିହାରୁ ବାଲି ଉଠାଣ ସମ୍ବନ୍ଧୀୟ ନିୟମାବଳୀ ପ୍ରସ୍ତୁତ ହୋଇ ଥିବାବେଳେ ଏହାକୁ କ୍ୟାବିନେଟ କିମ୍ବା ବିଧାନସଭାରେ ପାରିତ ନ କରାଯାଇ ଶୀତଳ ଭଣ୍ଡାରକୁ ଠେଲି ଦିଆଯାଇଛି । ସଚିବାଳୟରୁ ବ୍ଲକ ଅଫିସ ପର୍ଯ୍ୟନ୍ତ, ସରକାରଙ୍କ ଉପରେ ଅଧିକାରୀଙ୍କ ଠାରୁ ତଳ ସ୍ତରର ଅଧିକାରୀଙ୍କ ପର୍ଯ୍ୟନ୍ତ, ଶାସକଦଳର ରାଜନେତାମାନେ ସମସ୍ତେ ଏହି କୋଟି କୋଟି ଟଙ୍କାର ମାଫିଆ ସିଣ୍ଡିକେଟରେ ସମ୍ପୃକ୍ତ । ଅନିୟନ୍ତ୍ରିତ ବାଲି ଉଠାଣ ପାଇଁ ନଦୀର ଜଳ ଧାରଣ କ୍ଷମତା ପ୍ରଭାବିତ ହେବା ସହିତ ନଦୀର ଗତିପଥ ମଧ୍ୟ ପ୍ରଭାବିତ ହେଉଛି । ଏନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଉଦବେଗ ପ୍ରକାଶ କରିବା ସହିତ ଓଡିଶା ସରକାରଙ୍କୁ ଭର୍ତ୍ସନା ମଧ୍ୟ କରିଥିଲେ ।

ହେଲେ ଓଡିଶା ସରକାର ଗ୍ରୀନ ଟ୍ରିବ୍ୟୁନାଲଙ୍କ ଆଦେଶକୁ ବି ସଠିକ ଭାବରେ ପାଳନ କରୁନଥିବା ଅଭିଯୋଗ କରିଛି ବିଜେପି । ସେହିଭଳି ବେଆଇନ ବାଲି ମାଫିଆଙ୍କ ଦୌରାତ୍ମ୍ୟରେ ସାଧାରଣ ଲୋକଙ୍କ ଠାରୁ ନେଇ ପରିବେଶବିତମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ । ଅନେକ ସ୍ଥାନରେ ଗୁଳି ଚାଳନା, ହଣାହଣିର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହି ଚୋରା ବାଲି ଚାଲାଣକୁ ନେଇ ବିଧାନସଭାରେ ଆମ ଦଳର ବିଧାୟକମାନେ ବାରମ୍ବାର ପ୍ରସଙ୍ଗ ଉଠାଇଥିବା କହିଛନ୍ତି ମହେଶ୍ବର ସାହୁ । କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଝୁମ୍ପୁରା, ପାଟଣା, ଘଟଗାଁ, ତେଲକୋଇ, ଆନନ୍ଦପୁର, ଘସିପୁରା, ହାଟଡ଼ିହୀ ପ୍ରମୁଖ ତହସିଲ ଅଞ୍ଚଳରେ ନିଲାମ ହୋଇ ନ ଥିବା ବାଲିଘାଟଗୁଡ଼ିକରୁ ଖୁଲମଖୁଲା ଭାବେ ଦୈନିକ ଶହ ଶହ ଟ୍ରିପ୍ ବାଲି ଚୋରା ଚାଳାଣ କରାଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ସ୍ଥାନୀୟ ପ୍ରଶାସନ ଓ ପୋଲିସର ନିଷ୍କ୍ରିୟତା ଫଳରେ ବାଲି ମାଫିଆମାନେ ଦିନ ରାତି ୨୪ ଘଣ୍ଟା ବାଲି ଚୋରା ଚାଲାଣ କରୁଥିବା ବିଜେପି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦେଇ ଅବାଧ ଓ ଅବୈଧ ବାଲି ଚୋରାଚାଲାଣକୁ ରୋକିବା ପାଇଁ ଦାବି କରାଯାଇଛି । ଓଡିଶାରେ ତୁରନ୍ତ ଏକ ବାଲି ଉଠାଇବା ନେଇ ଏକ ଶକ୍ତ ନିୟମାବଳୀକୁ ଆଇନରେ ପରିଣତ କରିବା ପାଇଁ ଦାବି କରାଯାଇଛି । ନହେଲେ ସାରା ରାଜ୍ୟରେ ଏନେଇ ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details