ଆନନ୍ଦପୁର: ଘସିପୁରା ବ୍ଲକର କେଶଦୁରାପାଳ ଓ ବରିପାଳ ପଞ୍ଚାୟତରେ ବିଜେଡିର ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି । ଏହା ସହ ଘସିପୁରା ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅନେକ କାମ କରିବା ସହ ଲୋକଙ୍କ ସୁଖଦୁଃଖରେ ଠିଆ ହୋଇଥିବାରୁ ତାଙ୍କୁ ପୁଣିଥରେ ନିର୍ବାଚିତ କରିବା ନେଇ ସଙ୍କଳ୍ପ ନେଇଛନ୍ତି ଦଳୀୟକର୍ମୀ।
ଗୁରୁବାର, କେଶଦୁରାପାଳ ବୈଠକରେ ଘସିପୁରା ବ୍ଲକ ସଭାପତି ବଳରାମ ସାହୁ, ସମ୍ପାଦକ ମନ୍ମଥ ରାଉତ, ସମାଜସେବୀ ବୁଲୁ ପଟ୍ଟନାୟକ, ଚିନ୍ତାମଣି ସୁତାର, କେଶଦୁରାପାଳ ପୂର୍ବତନ ସରପଞ୍ଚ ପର୍ଶୁରାମ ମହାରଣା, ବିଶ୍ୱନାଥ ଓଝା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବରିପାଳ ପଞ୍ଚାୟତରେ ବରିପାଳ ସରପଞ୍ଚ ହୀରା ଜେନା, ସଭ୍ୟ ସ୍ୱାଗତିକା ଜେନା, କେଶଦୁରାପାଳ ସମବାୟ ସମିତିର ସଭାପତି ହିମାଂଶୁ ପାଣିଗ୍ରାହୀ, କେଶବ ଚନ୍ଦ୍ର ପାତ୍ର, ପଦ୍ମଲାଭ ସା, ସୁଦର୍ଶନ ରାଉତ ଓ ନାରାୟଣ ସାହୁ ଉପସ୍ଥିତ ଥିଲେ।