ଓଡିଶା

odisha

ETV Bharat / state

ଓଭରଟେକ୍‌ରୁ ଦୁର୍ଘଟଣା: ସାମ୍ନାରୁ ଆସୁଥିବା ବାଇକକୁ ପିଟିଲା ବସ

ବସ ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳନା ଫଳରେ ବସ ସହ ବାଇକ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲା ୩ଜଣ ଯୁବକଙ୍କ ଜୀବନ ।

By

Published : Feb 12, 2019, 9:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେଉଁଝର

କେଉଁଝର: ବସ ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳନା ଫଳରେ ବସ ସହ ବାଇକ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲା ୩ଜଣ ଯୁବକଙ୍କ ଜୀବନ । ମଙ୍ଗଳବାର (OD - O4E9591 ) ରାଉତ୍‌ ଆଣ୍ଡ ରାଉତ୍‌ ନାମକ ଘରୋଇ ବସଟି ରାଜଧାନୀରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଯାଜପୁର ଓ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ରହିଥିବା ବ୍ରାହ୍ମଣୀପାଳ ବୋର୍ଡର ଛକ ନିକଟରେ ବସ୍‌ଟି ଭୁଲ ରାସ୍ତା ଅତିକ୍ରମ କରି ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବୋର୍ଡର ଛକ ନିକଟରେ ବସଟି ଅଧିକରୁ ଅଧିକ ପାସେଞ୍ଜର ପାଇବା ଲୋଭରେ ଆଉ ଏକ ବସକୁ ଭୁଲ ରାସ୍ତା ଦେଇ ଓଭରଟେକ୍ କରିବାକୁ ଉଦ୍ୟମ କରୁଥିବାରୁ ଏହି ଦୁର୍ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେଉଁଝର

ବସଟି ଦୃତଗତିରେ ବାଇକ୍ ଆଡକୁ ମାଡି ଆସୁଥିବାର ବାଇକ୍ ଚାଳକ ସହ ୨ଜଣ ସାଥି ଦେଖିଥିଲେ । ସଙ୍ଗେସଙ୍ଗେ ପ୍ରାଣ ବିକଳରେ ବାଇକକୁ ଫୋପାଡ଼ି ରାସ୍ତା କଡ଼କୁ ଡେଇଁ ପଡିଯାଇଥିଲେ । ଡେଇଁ ପଡ଼ିବା ଫଳରେ ୩ଜଣଙ୍କ ଜୀବନ ବଞ୍ଚି ଯାଇଛି । ମାତ୍ର ବସଟି ବାଇକ୍ ଉପରେ ଚଢିଯାଇ ଚୁରମାର ହୋଇଯାଇଛି ।

ଖବର ପାଇ ଟମକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିବା ସହ ଆହତ ୩ଜଣଙ୍କୁ ଚିକିତ୍ସା ନିମନ୍ତେ ଦାନଗଦି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାସୂଚନା ମିଳିଛି ।

କେନ୍ଦୁଝରରୁ, ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details