ଓଡିଶା

odisha

ETV Bharat / state

ନିର୍ମାଣ ଶ୍ରମିକଙ୍କୁ ସରକାରୀ ସୁବିଧା ଦାବି କଲା ଭାରତୀୟ ମଜଦୁର ସଙ୍ଘ

ଶ୍ରମିକଙ୍କ ହକ ପାଇଁ ଭାରତୀୟ ମଜଦୁର ସଙ୍ଘ ସହ ଅନୁବନ୍ଧିତ କୋଠାବାଡି ଓ ଅନାନ୍ୟ ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ନିର୍ମାଣ ଶ୍ରମିକଙ୍କୁ ସରକାରୀ ସୁବିଧା ଦାବି
ନିର୍ମାଣ ଶ୍ରମିକଙ୍କୁ ସରକାରୀ ସୁବିଧା ଦାବି

By

Published : Jun 8, 2020, 7:26 PM IST

କେନ୍ଦୁଝର: ରାଜ୍ୟରେ ଲକ୍ଷ ଲକ୍ଷ ଶ୍ରମିକମାନେ ଶୋଷଣର ଶିକାର ହେଉଛନ୍ତି । ଏମାନେ ନିଜ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଏହି ଶ୍ରମିକଙ୍କ ହକ ପାଇଁ ଭାରତୀୟ ମଜଦୁର ସଙ୍ଘ ସହ ଅନୁବନ୍ଧିତ କୋଠାବାଡି ଓ ଅନାନ୍ୟ ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ନିର୍ମାଣ ଶ୍ରମିକଙ୍କୁ ସରକାରୀ ସୁବିଧା ଦାବି କଲା ଭାରତୀୟ ମଜଦୁର ସଙ୍ଘ

ସୋମବାର କେନ୍ଦୁଝର ଶାଖା ପକ୍ଷରୁ ୭ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ରାଜ୍ୟରେ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ତିନି ମାସର ବକେୟା ପ୍ରଦାନ, ନିର୍ମାଣ ଶ୍ରମିକଙ୍କ ବୟସ ସୀମା ୬୦ ବର୍ଷକୁ କୋହଳ କରିବା, ପଡିରହିଥିବା ଶ୍ରମିକଙ୍କ ନୂତନ ପଞ୍ଜିକରଣ କରିବା, ରାଜ୍ୟକୁ ଆସୁଥିବା ଓଡ଼ିଆ ଶ୍ରମିକଙ୍କୁ ଯଥାଶୀଘ୍ର ଚିହ୍ନଟ କରି ପଞ୍ଜିକରଣ କରିବା ଆଦି ଶ୍ରମିକଙ୍କ ମୁଖ୍ୟ ଦାବି ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details