ଆନନ୍ଦପୁର: ଆନନ୍ଦପୁର ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମଗୁଡିକରେ ଜଙ୍ଗଲି ହିଂସ୍ରଜନ୍ତୁଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି(ମଙ୍ଗଳବାର) ରାତି ୧୦ ଟା ସମୟରେ ତିନୋଟି ଭାଲୁ ଗାଁ ଭିତରକୁ ପଶି ଆସି ଗ୍ରାମରେ ଥିବା ଶିବ ମନ୍ଦିର ଉପରକୁ ଚଢିଥିଲେ । ଏହା ଦେଖି ଗାଁ ଲୋକେ ହୋ ହାଲ୍ଲା କରିବାରୁ ସମସ୍ତ ଭାଲୁ ପାଚେରୀ ଡେଇଁ ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲେ । ତେବେ ଏଇ କିଛି ଦିନ ହେଲା ସଞ୍ଜ ନଇଁଲେ ଭାଲୁ ଜଙ୍ଗଲରୁ ବାହାରି ଖାଦ୍ୟ ସନ୍ଧାନରେ ଗାଁ ଭିତରକୁ ପଶି ଆସୁଥିବା ଦେଖିବାକୁ ମିଳୁଛି ।
ଖାଦ୍ୟ ଅନ୍ବେଷଣରେ ଆଶାରେ ଗାଁରେ ପସିଲେ ଭାଲୁ, ଭୟଭୀତ ସ୍ଥାନୀୟ ଲୋକେ - bear in barang nearest village
ଆନନ୍ଦପୁର ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମଗୁଡିକରେ ଜଙ୍ଗଲି ହିଂସ୍ରଜନ୍ତୁଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଭୟଭୀତ ଗ୍ରାମବାସୀ । ଅଧିକ ପଢନ୍ତୁ...
ଖାଦ୍ୟ ଅନ୍ବେଷଣରେ ଆସ ଗାଁରେ ପସିଲେ ଭାଲୁ, ଭୟଭୀତ ସ୍ଥାନୀୟ ଲୋକେ
ଭାଲୁମାନେ କାହାର କିଛି କ୍ଷତି କରି କରିନଥିଲେ ହେଁ ସ୍ଥାନୀୟ ଲୋକେ ଏନେଇ ଭୟଭୀତ ହୋଇପଡିଛନ୍ତି। ଗ୍ରାମରେ ସଂଧ୍ୟା ପରେ ବାହାରକୁ ଯିବାକୁ ହେଲେ ହାତରେ ଲାଇଟ ସହ ଦୁଇ ତିନି ଜଣ ସାଥି ହୋଇ ଯିବାକୁ ସ୍ଥାନିୟ ବନବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । ସଂଧ୍ୟା ପରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବନ କର୍ମଚାରୀଙ୍କ ତରଫରୁ ପହରା କଡାକଡି କରାଯାଉଛି ବୋଲି ବନପାଳ ମଳୟକୁମାର ସାହୁ ପ୍ରକାଶ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ