କେନ୍ଦୁଝର: ଧନୀ ଗରିବ କାହାକୁ ଛାଡୁନି କାଳ ରୂପି କୋରୋନା । ସବୁଠି କୋରୋନା ଯନ୍ତ୍ରଣା । ଅଦିନିଆ ମେଘ ପରି ବର୍ଷି ସବୁ କିଛି ଉଜାଡି ଦେବାକୁ ବସିଛି । ସେପଟେ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଯାଇ ଏ ଲକ ଡାଉନ, ଏବେ ଅନେକଙ୍କ ନିଦ ହଜାଇଛି । କେବଳ ଗରିବ, ଶ୍ରମିକ ଦିନ ମଜୁରିଆ ନୁହଁନ୍ତି, ବାଉଁଶ କାରିଗରଙ୍କ ଜୀବନକୁ ବି ବିପଦକୁ ଠେଲି ଦେଇଛି କାଳରୂପୀ କୋରୋନା ।
କେଉଁଝର କଣ୍ଟିପଡା ଗାଁରେ ରୁହନ୍ତି ଶହେ ଊର୍ଦ୍ଧ୍ବ ବାଉଁଶ କାରିଗର। ବାଉଁଶରୁ ତିଆରି ଡାଲା,ଟୋକେଇ, କୁଲା, ଝୁଡି ଆଦି ବିଭିନ୍ନ ଜିନିଷକୁ ହାଟରେ ବିକିଥାନ୍ତି । ଆଉ ସେଥିରୁ ଯେଉଁ 2 ପଇସା ରୋଜଗାର କରନ୍ତି ,ଏଥିରେ ତାଙ୍କର ତେଲ,ଲୁଣର ଘର ଚଳେ । ହେଲେ ଏବେ ଲକ ଡାଉନ ଯୋଗୁ ସେମାନେ ବାଉଁଶ ସଂଗ୍ରହ ପାଇଁ ନା ଜଙ୍ଗଲକୁ ଯାଇ ପାରୁଛନ୍ତି, ନାଁ ବିକିବାକୁ ହାଟ । ଫଳରେ ଏ ବାଉଁଶ କାରିଗରଙ୍କ ହାତ ବାନ୍ଧିଦେଇଛି ଲକ ଡାଉନ ।