କେନ୍ଦୁଝର : ବିକାଶ ନାଁରେ ଡିଣ୍ଡିମ ପିଟୁଛନ୍ତି ସରକାର । କିନ୍ତୁ ବାସ୍ତବରେ ଏହା କେତେ ସତ, ନଦେଖିଲେ ଜାଣି ହେବନାହିଁ । ରାଜ୍ୟରେ ଏପରି ବହୁ ନଦୀ ଉପରେ ପୋଲ ନାହିଁ ତ କେଉଁଠି ଅଧାପନ୍ତରିଆ ହୋଇ ପଡିରହିଛି ଏହାର ନିର୍ମାଣ କାର୍ଯ୍ୟ । ଏପରି ଏକ ପୋଲ ହେଉଛି କେନ୍ଦୁଝର ଚମ୍ପୁଆ ବ୍ଲକର ପଦ୍ମପୁର ଗାଁର । ଯାତାୟତ କରିବାକୁ ହଇରାଣ ହେଉଛନ୍ତି ଅଞ୍ଚଳବାସୀ । ଏପରି ଅବସ୍ଥାରେ ସାହାରା ସାଜିଛି ବାଉଁଶ ପୋଲ ।
ଏହି ଅଞ୍ଚଳ ଦେଇ ପୂଣ୍ୟତୋୟା ବୈତରଣୀ ନଦୀ ପ୍ରବାହିତ ହେଉଛି । ଏହି ନଦୀ ପାର ହେଲେ ପଡୋଶୀ ମୟୂରଭଞ୍ଜ ଜିଲ୍ଲା । ନଦୀ ଉପରେ ବହୁ ଦାବି ପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା । କିନ୍ତୁ ଏହି ପୋଲ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସରିବାର ନାଁ ନେଉ ନାହିଁ । ଫଳରେ ଏହି ଦୁଇ ଜିଲ୍ଲାବାସୀଙ୍କ ଏକ ମାତ୍ରା ସାହାରା ସାଜିଛି କାଠ ପୋଲ ।