ଓଡିଶା

odisha

ETV Bharat / state

ବୈତରଣୀ ନଦୀକୂଳବାସୀଙ୍କୁ ଡରାଉଛି ବର୍ଷା - ଆନନ୍ଦପୁର ଖବର

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସମଣା ଓ ଆମ୍ବୋ ଗାଁର । ବୈତରଣୀ ନଦୀକୂଳ ପାଖରେ ଥିବା ଏହି ଗାଁକୁ ଡରାଉଛି ବର୍ଷା । କାରଣ ନଦୀପାର ପାଇଁ ଗାଁରେ ଚାଲିଥିବା ନଦୀବନ୍ଧ ଅସମ୍ପୂର୍ଣ୍ଣ ହୋଇ ପଡିରହିଥିବା ବେଳେ ବର୍ଷା ଦିନ ଆସିଲେ ବୈତରଣୀ ନଦୀର ଜଳ ଅସମ୍ପୂର୍ଣ୍ଣ ନଦୀବନ୍ଧ ଦେଇ ଗାଁ ଭିତରେ ପ୍ରବେଶ କରିଥାଏ । ଅଧିକ ପଢନ୍ତୁ...

Baitarani river site people fear in rainy season
ବୈତରଣୀ ନଦୀକୂଳବାସୀଙ୍କୁ ଡରାଉଛି ବର୍ଷା

By

Published : Jul 6, 2020, 3:58 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସମଣା ଗାଁ । ବୈତରଣୀ ନଦୀକୂଳ ପାଖରେ ଥିବା ଏହି ଗାଁକୁ ଡରାଉଛି ବର୍ଷା । କାରଣ ନଦୀପାର ପାଇଁ ଗାଁରେ ଚାଲିଥିବା ନଦୀବନ୍ଧ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ଯଦ୍ବାରା ବର୍ଷା ଦିନ ଆସିଲେ ବୈତରଣୀ ନଦୀର ଜଳ ଅସମ୍ପୂର୍ଣ୍ଣ ନଦୀବନ୍ଧ ଦେଇ ଗାଁ ଭିତରେ ପ୍ରବେଶ କରିଥାଏ । ଆଉ ଦୀର୍ଘ ଦିନ ଧରି ଜଳବନ୍ଦୀରେ ରହି ଗ୍ରାମବାସୀ ନାନା ଅସୁବିଧା ଭୋଗ କରନ୍ତି ।

ସମାନ ସ୍ଥିତି ଆମ୍ବୋ ଗାଁର ମଧ୍ୟ ଦେଖିବାକୁ ମିଳୁଛି । ଏଠାରେ ନଦୀବନ୍ଧ ନଥିବାରୁ ବର୍ଷାଦିନେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ହାଟଡିହି ବ୍ଲକର ଆମ୍ବୋ ଠାରୁ ସମଣା ଯାଏଁ ୫ କିମି ଦୂର ନଦୀବନ୍ଧ ଦୀର୍ଘ ଦିନ ଧରି ମୁକୁଳା ହୋଇ ପଡିରହିଛି । ଫଳରେ ବର୍ଷାଦିନେ ଆଖପାଖ ୫ଟି ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ବ ଗାଁର ଲୋକେ ଏକପ୍ରକାର ଜଳବନ୍ଦୀରେ ରହିଥାନ୍ତି । ଏନେଇ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ନଜର ଦେଉନଥିବା ଅଭିଯୋଗ ହୋଇଛି ।

ବୈତରଣୀ ନଦୀକୂଳବାସୀଙ୍କୁ ଡରାଉଛି ବର୍ଷା

ସେପଟେ ଏନେଇ ଆମେ ଶାଳପଡା ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଭେଟିଥିଲୁ । ହେଲେ ସେ କ୍ୟାମେରା ସାମନାରେ କିଛି ନକହି ଜମି ଅଧିଗ୍ରହଣ ଶେଷ ହୋଇଛି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାମ ପରେ ଆସନ୍ତାବର୍ଷ ନଦୀବନ୍ଧ କାମ ଆରମ୍ଭ ହେବ ବୋଲି ସଫେଇ ଦେଇଛନ୍ତି । ତେବେ ଯଥାଶୀଘ୍ର ପ୍ରସାଶନ ମୁକୁଳା ପଡିଥିବା ନଦୀବନ୍ଧ କାର୍ଯ୍ୟ ସମ୍ପନ୍ନ କଲେ ୫ଟି ପଞ୍ଚାୟତର ଲୋକମାନେ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details