ଓଡିଶା

odisha

ETV Bharat / state

‘ବଡ଼ବିଲ ମହୋତ୍ସବ’ରେ ମନ ମୋହୁଛି ଫୁଲ,ପନିପରିବା ସାଙ୍ଗକୁ ହସ୍ତକଳା ପ୍ରଦର୍ଶନ

୩ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଫୁଲ, ପନିପରିବା, ହସ୍ତକଳା ପ୍ରଦର୍ଶନୀ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି ।

By

Published : Jan 18, 2020, 3:56 AM IST

badbill mahotsav
ବଡ଼ବିଲ ମହୋତ୍ସବ

କେନ୍ଦୁଝର: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ୨୨ତମ ‘ବଡ଼ବିଲ ମହୋତ୍ସବ’। ଶୁକ୍ରବାର ସଂନ୍ଧ୍ୟାରେ ଚମ୍ପୁଆ ଉପ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ମହୋତ୍ସବକୁ ଉଦଘାଟନ କରିଛନ୍ତି । ୩ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଫୁଲ, ପନିପରିବା, ହସ୍ତକଳା ପ୍ରଦର୍ଶନୀ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି ।

ବଡ଼ବିଲ ମହୋତ୍ସବ

ସେହିପରି ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ଡଗ୍ (କୁକୁର), ଓ ବେବି ସୋ । ଏଥିସହ ଅନ୍ୟ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ‘ଲିଟିଲ ମିସ୍ ବଡ଼ବିଲ’ ପ୍ରତିଯୋଗିତା ପାଲଟିବ ବୋଲି ଆଶା କରାଯାଉଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତି ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ଶୁକ୍ରବାର ପ୍ରଥମ ସଂନ୍ଧ୍ୟାରେ ଓଡ଼ିଶୀ, ଭାଙ୍ଗଡ଼ା, ସମ୍ବଲପୁରୀ ଓ ମଡର୍ଣ୍ଣ ଡ୍ୟାନ୍ସରେ କମ୍ପିଛି ମଞ୍ଚ । ଶୀତୁଆ ସଂନ୍ଧ୍ୟାରେ ମହୋତ୍ସବକୁ ମନ ଭରି ଉପଭୋଗ କରିଛନ୍ତି ଦର୍ଶକ ।

କେନ୍ଦୁଝରରୁ ସନ୍ତୋଶ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details