ଓଡିଶା

odisha

ETV Bharat / state

ପ୍ରତିଶୃତି ପାଲଟିଲା ପ୍ରତାରଣା, ଆମରଣ ଅନଶନରେ ବଡକାଳିମାଟି ପଞ୍ଚାୟତବାସୀ - ପଞ୍ଚାୟତବାସୀ

ନ୍ୟାୟ ଦାବିରେ ଏସାରଷ୍ଟିଲ କମ୍ପାନୀ ବିରୋଧରେ ଚାଲିଥିବା ବଡକାଳିମାଟି ପଞ୍ଚାୟତବାସୀଙ୍କ ଆମରଣ ଅନଶନ 17 ଦିନରେ ପହଞ୍ଚିଛି । ଏପଟେ ଗ୍ରାମବାସୀଙ୍କ ପ୍ରତି ଯେପରି ପ୍ରଶାସନର ନିଘା ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jul 3, 2019, 7:44 PM IST

କେନ୍ଦୁଝର: ପ୍ରତିଶୃତି ଦେଇ ଠକିଦେଲା ଏସାରଷ୍ଟିଲ କମ୍ପାନୀ । ବାରମ୍ବାର ପ୍ରତିଶୃତି ପ୍ରତାରଣା ପାଲଟିବା ପରେ ଶେଷରେ ନିଜର ହକ୍ ପାଇଁ ଦୀର୍ଘ 17 ଦିନ ହେଲାଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ବଡ କାଳିମାଟି ପଞ୍ଚାୟତବାସୀ । ସେପଟେ ପ୍ରଶାସନର ଏହି ଅନଶନକାରୀଙ୍କ ପ୍ରତି ଯେପରି ନିଘା ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର ଜିଲ୍ଲା ବଡକାଳୀମାଟି ପଞ୍ଚାୟତ ଅନ୍ତର୍ଗତ ଦୁବୁନା ଠାରେ ଏସାରଷ୍ଟିଲ କମ୍ପାନୀ ପ୍ରତିଷ୍ଠା ହୋଇଛି । ପ୍ରତିଷ୍ଠା ସମୟରେ ପଞ୍ଚାୟତବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରି ଯାଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ପ୍ରତ୍ୟେକ କ୍ଷେତ୍ରରେ କମ୍ପାନୀ ଏଠାକାର ନିରୀହ ପ୍ରଜାକୁ ପ୍ରତାରଣା କରି ଆସୁଥିବା ବେଳେ ଜମିହରା କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ଦିଗରେ ଦୃଷ୍ଟି ଦେଉନାହିଁ ।

ତେବେ ଏନେଇ ପଞ୍ଚାୟତବାସୀ ନିଜର ହକ ପାଇଁ ବାରମ୍ବାର କମ୍ପାନୀ ତଥା ପ୍ରଶାସନର ଦ୍ୱାରସ୍ଥ ହେବା ସତ୍ତ୍ବେ କୌଣସି ପ୍ରତିକାର ନହେବାରୁ ଦୀର୍ଘ 17ଦିନ ହେଲାଣି ପଞ୍ଚାୟତର 19ଲୋକ ଆମରଣ ଅନଶନରେ ବସିଛନ୍ତି । ଅନଶନ ସମୟରେ ସେମାନଙ୍କ ମଧ୍ୟରୁ 10 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନେ ସୁସ୍ଥ ହେବାପରେ ପୁଣି ଅନଶନରେ ବସିଛନ୍ତି । ଧାରଣା ପରେ ଧାରଣା ଜାରି ରହିଛି ହେଲେ ଲୋକଙ୍କ କଥା ବୁଝିବାକୁ ଯେପରି ଭୁଲି ଯାଇଛି କମ୍ପାନୀ ।

ଏପଟେ ଲୋକଙ୍କ ଗୋଟିଏ ଜିଦ୍ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ । ଏନେଇ ଚମ୍ପୁଆ ତହସିଲଦାରଙ୍କୁ ପଚରାଯିବାରୁ ସେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details