କେନ୍ଦୁଝର: ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ ସଚେତନତା ଶିବିର ଅନୁଷ୍ଠିତ । ସ୍ଥାନୀୟ ଡିଏନ ହାଇସ୍କୁଲ ସଭାଗୃହରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏନସିସି ପକ୍ଷରୁ ଜିଲ୍ଲାର ମହାବିଦ୍ୟାଳୟ ଗୁଡିକରେ ମଧ୍ୟ ଏହି ଅଭିଯାନ ଚାଲୁ ରହିବ ବୋଲି ଜଣାପଡିଛି । କାର୍ଯ୍ୟକ୍ରମରେ ଡିଏନ ହାଇସ୍କୁଲର ପ୍ରଧାନଶିକ୍ଷକ, ଏନସିସି ଶିକ୍ଷକ, ଜିଲ୍ଲା ନିୟୋଜନ ଅଧିକାରୀଙ୍କ ସମେତ ବହୁ ଏନସିସି ଅଧିକାରୀ ଯୋଗ ଦେଇଥିଲେ ।
Agnipath Scheme: ଅଗ୍ନିପଥ ଯୋଜନାରେ ନିଯୁକ୍ତିକୁ ନେଇ ଭ୍ରାନ୍ତ ଧାରଣା ଦୂର ପାଇଁ ପ୍ରୟାସ - କେନ୍ଦୁଝର ଖବର
କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ ସଚେତନତା ଶିବିର ଅନୁଷ୍ଠିତ । ଏହି ଯୋଜନାକୁ ନେଇ ଉଠୁଥିବା ବିଭିନ୍ନ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଏନସିସି ପକ୍ଷରୁ କେନ୍ଦୁଝର ଡିଏନ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ
କେନ୍ଦ୍ର ସରକାର ଯୁବ ଗୋଷ୍ଠୀଙ୍କୁ ରୋଜଗାର ଦେବା ପାଇଁ ଆରମ୍ଭ କରିଛନ୍ତି ଅଗ୍ନିପଥ ଯୋଜନା । ତେବେ ଏହି ଯୋଜନାକୁ ନେଇ ଉଠୁଥିବା ବିଭିନ୍ନ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଏନସିସି ପକ୍ଷରୁ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରସ୍ଥିତ ସେନା ନିଯୁକ୍ତି କେନ୍ଦ୍ରର ଅଧିକାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସେନାରେ କାର୍ଯ୍ୟ କରିବାର ସୁଯୋଗ ନେଇ ବିଶେଷ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିବା ବେଳେ ସୁଯୋଗ ମିଳିଲେ ସେନାରେ ଯୋଗ ଦେବେ ବୋଲ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କେନ୍ଦୁଝର