ଓଡିଶା

odisha

ETV Bharat / state

ଚିତ୍ରଶିଳ୍ପୀ ଶ୍ବେତପଦ୍ମା: ଚିତ୍ର କଳାର ନିଶା ଆଗରେ ହାର ମାନେ ଶାରୀରିକ ପୀଡା

ଛୋଟ ବେଳୁ ଜେଜେମା’ଙ୍କ ସହ ଝୋଟି ଚିତା ପକାଉଥିଲେ ଶ୍ବେତପଦ୍ମା । ଖାଲି ସେତିକି ନୁହେଁ ଜେଜେମା’ଙ୍କଠାରୁ ନୂଆ ନୂଆ ଡିଜାଇନର ଝୋଟି ଚିତା ମଧ୍ୟ ଶିଖୁଥିଲେ ସେ । ଏହିଠାରୁ ପ୍ରେରଣା ସାଉଣ୍ଟି ସେ ଛୋଟ ଛୋଟ ଚିତ୍ର ଆଙ୍କୁଥିଲେ । ଝୋଟି ଚିତାରେ ତାଙ୍କ ହାତ ଯେତିକି ସ୍ଥିର, ପଢାରେ ମଧ୍ୟ ସେ ସେତିକି ଧୁରନ୍ଧର ।

swetapadma mishra, keonjhar's swetapadma mishra, artish swetapadma, mandala art, ଶ୍ବେତପଦ୍ମା ମିଶ୍ର, କେନ୍ଦୁଝରର ଶ୍ବେତପଦ୍ମା ମିଶ୍ର, ଚିତ୍ରଶିଳ୍ପୀ ଶ୍ବେତପଦ୍ମାସ, ମଣ୍ଡଳ ଚିତ୍ର କଳା
ଚିତ୍ରଶିଳ୍ପୀ ଶ୍ବେତପଦ୍ମା: ଚିତ୍ର କଳାର ନିଶା ଆଗରେ ହାର ମାନେ ଶାରିରୀକ ପିଡା

By

Published : Sep 27, 2020, 4:48 PM IST

କେନ୍ଦୁଝର: ଅଭାବ ଅସୁବିଧା ସବୁବେଳେ ଆଣି ଦେଇଥାଏ କିଛି ନୂଆ କରି ଦେଖାଇବାର ପ୍ରେରଣା । କେତେବେଳେ ଏହା ନୂଆ ଆବିଷ୍କାର ପାଇଁ ପଥ ପରିଷ୍କାର କରିଥାଏ ତ କେତେବେଳେ ପୁଣି ଏହା ଅନ୍ତର୍ନିହିତ ଗୁଣର ପରିପ୍ରକାଶ ସହ ସ୍ପଷ୍ଟ କରିଦିଏ ଜୀବନର ଲକ୍ଷ୍ୟ । ଏପରି କିଛି ଦେଖିବାକୁ ମିଳିଛି କେନ୍ଦୁଝରର ଝିଅ ଶ୍ବେତପଦ୍ମା ମିଶ୍ରଙ୍କ ପାଖରେ । ଛୁଆଟି ଦିନରୁ କଳା ପସନ୍ଦ ଥିବାବେଳେ ବିନା ପ୍ରଶିକ୍ଷଣରେ ଯେ ଏହି କଳା ଦିନେ ତାଙ୍କୁ ଏକ ଚିତ୍ରଶିଳ୍ପୀର ପରିଚୟ ଦେବ, ତାହା ଥିଲା କଳ୍ପନା ବାହାରେ । ପାଠ ପଢା ମଧ୍ୟରେ ହଠାତ୍‌ ଦେହ ଖରାପ ହେବାରୁ ପାଠ ଛାଡି ଘରେ ବସିବାକୁ ବାଧ୍ୟ ହେଲେ ଶ୍ବେତପଦ୍ମା । ହେଲେ ସେ ଅସୁବିଧାରେ ଭାଙ୍ଗି ନ ପଡି ପରିସ୍ଥିତିକୁ ସ୍ବୀକାର କରିବା ସହ ଏହାକୁ ଏକ ସୁବର୍ଣ୍ଣ ସୁଯୋଗରେ ପରିଣତ କରିଥିଲେ । ଆଉ ନିଜ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ମଣ୍ଡଳ କଳାକୁ ଏକ ନୂଆ ସ୍ତରକୁ ବଢାଇବାରେ ହୋଇଥିଲେ ସକ୍ଷମ ।

ଚିତ୍ରଶିଳ୍ପୀ ଶ୍ବେତପଦ୍ମା: ଚିତ୍ର କଳାର ନିଶା ଆଗରେ ହାର ମାନେ ଶାରୀରିକ ପୀଡା

ଛୋଟ ବେଳୁ ଜେଜେମା’ଙ୍କ ସହ ଝୋଟି ଚିତା ପକାଉଥିଲେ ଶ୍ବେତପଦ୍ମା । ଖାଲି ସେତିକି ନୁହେଁ ଜେଜେମା’ଙ୍କଠାରୁ ନୂଆ ନୂଆ ଡିଜାଇନର ଝୋଟି ଚିତା ମଧ୍ୟ ଶିଖୁଥିଲେ ସେ । ଏହିଠାରୁ ପ୍ରେରଣା ସାଉଣ୍ଟି ସେ ଛୋଟ ଛୋଟ ଚିତ୍ର ଆଙ୍କୁଥିଲେ । ଝୋଟି ଚିତାରେ ତାଙ୍କ ହାତ ଯେତିକି ସ୍ଥିର, ପଢାରେ ମଧ୍ୟ ସେ ସେତିକି ଧୁରନ୍ଧର । ହେଲେ ପିଜି ପଢା ସମୟରେ ହଠାତ୍‌ ସ୍ବାସ୍ଥ୍ୟ ବିଗିଡିବାରୁ ପଢା ଛାଡିବାକୁ ସେ ବାଧ୍ୟ ହେଲେ । ତେବେ ଘରେ ଖାଲିରେ ବସି ନରହି ସେ ପୁଣି ନିଜ ଚିତ୍ରକଳାର ସଉକକୁ ଜୀବିତ କରି ଚିତ୍ର ଆଙ୍କିବା ସହ ଆରମ୍ଭ କରିଥିଲେ କବିତା ଲେଖା । ଗତ ବର୍ଷେ ହେବ ସେ ମଣ୍ଡଳ ଚିତ୍ର ପରି କଷ୍ଟକର ଚିତ୍ରକଳା ଆରମ୍ଭ କରିଛନ୍ତି । ଯେଉଁଥିରେ ଏବେ ପରିଶ୍ରମ ବଳରେ ସିଦ୍ଧହସ୍ତ ହୋଇଛନ୍ତି ଶ୍ବେତପଦ୍ମା । ସେପଟେ କବିତା ଲେଖା ପ୍ରତି ମଧ୍ୟ ରହିଛି ତାଙ୍କର ଦୁର୍ବଳତା । ସେ ଲେଖିଥିବା କବିତା ସବୁ ବେଶ ହୃଦୟସ୍ପର୍ଶୀ ହୋଇଥିବାବେଳେ ଆଗକୁ ଏକ ସଂକଳନ ରଚନା କରିବାର ସେ ଲକ୍ଷ୍ୟ ରଖିଛନ୍ତି ।

କେବଳ ଦେବା ଦେବୀଙ୍କ ଚିତ୍ର ଆଙ୍କିବାକୁ ପସନ୍ଦ କରୁଥିବା ଶ୍ବେତପଦ୍ମାଙ୍କର ମଣ୍ଡଳ ଚିତ୍ରକଳା ତାଙ୍କୁ ଆଣି ଦେଇଛି ଅନେକ ପ୍ରଶଂସା । ବାପା ମା’ଙ୍କ ନିରନ୍ତର ସହଯୋଗରେ ଏହା ସମ୍ଭବ ହୋଇଥିବାବେଳେ ଆଗକୁ ଏହି କଳାର ବିକାଶ ସହ ନିଜ କବିତା ସଂକଳନକୁ ପ୍ରକାଶ କରିବାର ଇଚ୍ଛା ରଖିଛନ୍ତି ଶ୍ବେତପଦ୍ମା । ସେ ଆଗକୁ ଆହୁରି ଉନ୍ନତି କରନ୍ତୁ, ଏତିକି ହିଁ କାମନା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details