କେନ୍ଦୁଝର: ସଂରକ୍ଷିତ ଜଙ୍ଗଲ ଭିତରେ ୫୦୦ ରୁ ଊର୍ଦ୍ଧ୍ବ ମୂଲ୍ୟବାନ ଗଛ କାଟି ବିକିବା ଅଭିଯୋଗ । ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଧିନ ପିଛୁଳାବେଡା ଗାଁ ନିକଟରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲ ଭିତରେ ବେଧଡକ୍ ଭାବେ ୫୦୦ ରୁ ଉର୍ଦ୍ଧ୍ଵ ଗଛ କଟାଯାଇଥିଲା ।
ମୂଲ୍ୟବାନ ଗଛ କାଟି ବିକିବା ଅଭିଯୋଗ, 7 ଗିରଫ
ସଂରକ୍ଷିତ ଜଙ୍ଗଲ ଭିତରେ ୫୦୦ ରୁ ଉର୍ଦ୍ଧ୍ବ ମୂଲ୍ୟବାନ ଗଛ କାଟି ବିକିବା ଅଭିଯୋଗ । ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ଜଙ୍ଗଲ ବିଭାଗ ।
ମୂଲ୍ୟବାନ ଗଛ କାଟି ବିକିବା ଅଭିଯୋଗ
ଶୁକ୍ରବାର ରାତିରେ ପିଛୁଳାବେଡା ଗ୍ରାମରେ ଚଢାଉ କରି ଗଛକଟା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ପ୍ରତାପ ମହାକୁଡ, ଛୋଟରାୟ ମୁଣ୍ଡା, କାଣ୍ଡେରାମ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ମକରଧ୍ଵଜ ମୁଣ୍ଡା, ଟିମା ମୁଣ୍ଡା ଓ ମନ ମୁଣ୍ଡା । ଏମାନଙ୍କୁ ଜଙ୍ଗଲ ନଷ୍ଟ କରିବା ଅପରାଧ ୧୯୭୨ ଆକ୍ଟରେ ଧାରା ୨୭ ରେ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ