ଓଡିଶା

odisha

ETV Bharat / state

ଷ୍ଟେସନରେ ଅପେକ୍ଷାରତ ମହିଳାଙ୍କୁ ଟାଣି ନେଇ ଅସଦାଚରଣ ଅଭିଯୋଗ, ଭିଡିଓ ଭାଇରାଲ

ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ରେଲୱେ ଷ୍ଟେସନରୁ ମହିଳାଙ୍କୁ ଟାଣି ନେଇ ଅସଦାଚରଣ ଅଭିଯୋଗ । ଘଟଣାର ଏକ ସିସିଟିଭି ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...

By

Published : Mar 22, 2020, 4:14 PM IST

Allegations of misconduct against women at the railway station, video viral
ଷ୍ଟେସନରେ ଅପେକ୍ଷାରତ ମହିଳାଙ୍କୁ ଟାଣି ନେଇ ଅସଦାଚରଣ ଅଭିଯୋଗ, ଭିଡିଓ ଭାଇରାଲ

କେନ୍ଦୁଝର: ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ରେଲୱେ ଷ୍ଟେସନରୁ ମହିଳାଙ୍କୁ ଟାଣି ନେଇ ଅସଦାଚରଣ କରିଥିବା ଏକ ସିସିଟିଭି ଭିଡିଓ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ପରେ ଘଟଣାଟି ପଦାକୁ ଆସିଛି ।

ଷ୍ଟେସନରେ ଅପେକ୍ଷାରତ ମହିଳାଙ୍କୁ ଟାଣି ନେଇ ଅସଦାଚରଣ ଅଭିଯୋଗ, ଭିଡିଓ ଭାଇରାଲ

ସୂଚନାନୁସାରେ ଗତ ଶୁକ୍ରବାର ଜଣେ ମହିଳା ନିଜ 6 ବର୍ଷର ପୁଅ ସହ ଭୂଲବଶତଃ ଟାଟାରୁ ବଡବିଲ ଟ୍ରେନ ଯୋଗେ ବଡବିଲ ପଳେଇ ଆସିଥିଲେ । ସକାଳୁ ଏହି ଟ୍ରେନ ଯୋଗେ ଟାଟା ସ୍ଥିତ ନିଜ ଗ୍ରାମକୁ ଯିବା ପାଇଁ ଷ୍ଟେସନରେ ଅପେକ୍ଷା କରିଥିଲେ । ମାତ୍ର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ଉକ୍ତ ମହିଳା ଜଣଙ୍କୁ ଟାଣି ନେଇଥିଲେ । ଯାହାର ଭିଡିଓ ସିସିଟିଭି ଫୁଟେଜରେ କଏଦ ହୋଇଛି । ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ସ୍ବେଚ୍ଛାସେବୀ ଉକ୍ତ ମହିଳାଙ୍କ 6 ବର୍ଷର ପୁଅକୁ ଉଦ୍ଧାର କରି ନିକଟସ୍ଥ ବାଳାଶ୍ରମ ରଖିଥିବା ବେଳେ ଏଯାବତ୍‌ ମହିଳାଙ୍କ କୌଣସି ଖବର ମିଳିପାରିନାହିଁ । ତେବେ ଦୁର୍ବୁତ୍ତ ମାନେ ମହିଳାଙ୍କ ସହ ଅସଦାଚରଣ କରିଥିବା ସନ୍ଦେହ କରାଯାଉଥିବା ବେଳେ ରେଲୱେ ପୋଲିସ ଓ ବଡ଼ବିଲ ପୋଲିସ ଏନେଇ ଚୁପ୍‌ ରହିଥିବା ଅଭିଯୋଗ ହୋଇଛି ।

ସେପଟେ ବଡ଼ବିଲ ଷ୍ଟେସନରେ ବହୁ ଯାତ୍ରୀ ଯିବା ଆସିବା କରୁଥିବା ବେଳେ ରାତିରେ ଆରପିଏଫ ପୋଲିସ ଥିବା ସତ୍ତ୍ବେ ଏଭଳି ଘଟଣା କିପରି ଘଟିଲା ଏବଂ ବିନା ଦ୍ଵନ୍ଦରେ ଷ୍ଟେସନ ପରିସରରୁ ମହିଳାଙ୍କୁ ଟାଣି ନେବା ଘଟଣା ରେଲୱେ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details