ଓଡିଶା

odisha

ETV Bharat / state

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ବିଫଳ ପରେ ପିଆଇଲେ କୀଟନାଶକ, ମା’କୁ ମରଣାନ୍ତକ ଆକ୍ରମଣ

କେନ୍ଦୁଝର ଘସିପୁରା ଥାନା ଖଇଳ ଗାଁର ଇତିଶ୍ରୀ ସାହୁଙ୍କ ଦୁଷ୍କର୍ମ ଉଦ୍ୟମ ସହ ତାଙ୍କ ମା'ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଅଧିକ ପଢନ୍ତୁ:

By

Published : Feb 26, 2021, 7:18 PM IST

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେଇ ପିଆଇଲେ କୀଟନାଶକ
ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେଇ ପିଆଇଲେ କୀଟନାଶକ

ଆନନ୍ଦପୁର: ପାରିବାରିକ କଳହରୁ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ଯୁବତୀ ଓ ତାଙ୍କ ମା'ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ଉଭୟ ମା ଓ ଝିଅଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେଇ ପିଆଇଲେ କୀଟନାଶକ

ଅଭିଯୋଗ ଅନୁଯାୟୀ, ଘସିପୁରା ଥାନା ଖଇଳ ଗାଁର ଇତିଶ୍ରୀ ସାହୁ ସକାଳେ ଘରୁ ଫୁଲ ତୋଳିବାକୁ ଯାଉଥିବାବେଳେ ଗୋପୀନାଥ ସାହୁ ଓ ତାଙ୍କର 2 ଜଣ ପୁଅ ହଠାତ୍ ଇତିଶ୍ରୀଙ୍କୁ ପିଟାମରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହାପରେ ସେମାନେ ଇତିଶ୍ରୀଙ୍କ ମୁହଁରେ କୀଟନାଶକ ପକାଇ ଦେଇଥିଲେ ।

ଇତିଶ୍ରୀଙ୍କ ଚିତ୍କାର ଶୁଣି ତାଙ୍କ ମା' ଘଟଣାସ୍ଥଳରେ ପହଞ୍ଚିବାରୁ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି 3 ଜଣ ଫେରାର୍ ହୋଇଯାଇଛନ୍ତି । ପରିବାର ଲୋକେ ଗୁରୁତର ଅବସ୍ଥାରେ ମା' ଝିଅଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତଖାନାରେ ଭର୍ତ୍ତି କରିଛନ୍ତି ।

ଏନେଇ ଏକ ଏତଲା ଘସିପୁରା ଥାନାରେ ଦାୟର ହୋଇଛି । ଜମିବାଡି ବିବାଦକୁ ନେଇ ଏପରି ଘଟିଥିବା ହୋଇଥିବା ବେଳେ, ଫେରାର୍ ଅଭିଯୁକ୍ତମାନଙ୍କୁ ପୋଲିସ ଖୋଜୁଥିବା ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details