କେନ୍ଦୁଝର: ଶଙ୍କର ସ୍ପୋର୍ଟିଂ କ୍ରିକେଟ ଏକାଡେମୀ ପକ୍ଷରୁ ଦ୍ଵିତୀୟ ସର୍ବ ଭାରତୀୟ ସତ୍ୟ ପ୍ରସନ୍ନ ସ୍ମାରକୀ ଦିବା ରାତ୍ରି କ୍ରିକେଟ ପ୍ରତିଯୋଗିତା କେନ୍ଦୁଝର ମେଡିକାଲ କଲେଜ ପଡିଆରେ ଆରମ୍ଭ ହୋଇଛି । ଏହି ଦିବା ଓ ରାତ୍ରି ଟି-20 କ୍ରିକେଟ ପ୍ରତିଯୋଗିତାକୁ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି।
ପ୍ରତିଯୋଗିତାରେ ରାଜ୍ୟର 8ଟି ଓ ରାଜ୍ୟ ବାହାରୁ ମହାରାଷ୍ଟ୍ର, ଛତିଶଗଡ଼, ଝାଡଖଣ୍ଡ, ବେଙ୍ଗଲ ମିଶାଇ ସମୁଦାୟ 12ଟି ଟିମ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହାର ଉଦଯାପନୀ ମାର୍ଚ୍ଚ14 ତାରିଖରେ ହେବ ବୋଲି ଜଣାପଡ଼ିଛି ।