ଓଡିଶା

odisha

ETV Bharat / state

ଧାନ ମଣ୍ଡି ଖୋଲିବା ଦାବିରେ AIKKMSର ବିକ୍ଷୋଭ

କେନ୍ଦୁଝର ଜିଲ୍ଲାର ପ୍ରତି ପଞ୍ଚାୟତରେ ଧାନ ମଣ୍ଡି ଖୋଲିବା ଦାବିରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ ପକ୍ଷରୁ ବିକ୍ଷୋଭ । ଅଧିକ ପଢନ୍ତୁ

By

Published : Dec 25, 2021, 9:27 AM IST

ଧାନ ମଣ୍ଡି ଖୋଲିବା ଦାବିରେ AIKKMSର ବିକ୍ଷୋଭ
ଧାନ ମଣ୍ଡି ଖୋଲିବା ଦାବିରେ AIKKMSର ବିକ୍ଷୋଭ

କେନ୍ଦୁଝର: ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଙ୍ଗଠନ (AIKKMS) ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ବିକ୍ଷୋଭ କରାଯାଇଛି । କରଞ୍ଜିଆ ବସଷ୍ଟାଣ୍ଡ ଠାରୁ ଶତାଧିକ ମହିଳା ସମେତ ଚାଷୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିଥିଲେ ।

ଧାନ ମଣ୍ଡି ଖୋଲିବା ଦାବିରେ AIKKMSର ବିକ୍ଷୋଭ

ତୁରନ୍ତ କେନ୍ଦୁଝର ଜିଲ୍ଲାର ସମସ୍ତ ମଣ୍ଡି ଖୋଲି ୨୦୨୧-୨୨ ଖରିଫ ଧାନ କିଣିବା, ରେଜିଷ୍ଟ୍ରେସନ ସମୟରେ ଭୁଲ ହୋଇଥିବା ଜମିର ପରିମାଣ ସଂଶୋଧନ କରି ଚାଷୀଙ୍କ ଠାରୁ ଧାନ କ୍ରୟ କରିବା, ଭାଗଚାଷୀ ମାନଙ୍କୁ ମଣ୍ଡିରେ ଧାନ ଦେବାର ବ୍ୟବସ୍ଥା କରିବା, ସମସ୍ତ ପଞ୍ଚାୟତରେ ଧାନ ମଣ୍ଡି ଖୋଲିବା, ବର୍ଷସାରା ମଣ୍ଡି ଖୋଲି ଚାଷୀ ମାନଙ୍କର ଧାନ କ୍ରୟ କରିବା, ପ୍ରତି ବ୍ଲକରେ ଅନ୍ୟୁନ ଦୁଇଟି ସରକାରୀ ଶୀତଳଭଣ୍ଡାର ଖୋଲିବା ଆଦି ସ୍ଲୋଗାନ ଦେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ପରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ୭ ଦିନ ଭିତରେ କେନ୍ଦୁଝର ଜିଲ୍ଲାରେ ଥିବା ଲ୍ୟାମ୍ପ ଗୁଡିକୁ ନଖୋଲନ୍ତି ତେବେ ସମସ୍ତ ଚାଷୀଭାଇ ରାଜ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details