ଓଡିଶା

odisha

ETV Bharat / state

ରାସ୍ତାପାଇଁ ରାସ୍ତାରୋକ: ସରପଞ୍ଚଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ବାଭାବିକ - ଆବାସିକ ବିଦ୍ୟାଳୟ

ସ୍କୁଲ ରାସ୍ତା ନିର୍ମାଣକୁ ବିରୋଧ କରି ଗାଁରେ ଉତ୍ତେଜନା । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନରଣପୁରରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Sep 12, 2019, 10:29 PM IST

କେନ୍ଦୁଝର: ସ୍କୁଲ ରାସ୍ତା ମରାମତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନରଣପୁରରେ ।

ସୂଚନା ଅନୁସାରେ, ନରଣପୁରରେ ଥିବା ଆବାସିକ ବିଦ୍ୟାଳୟର ରାସ୍ତା ମରାମତି କାର୍ଯ୍ୟ ହେଉଥିଲା । 49 ନମ୍ବର ଜାତୀୟ ରାଜପଥ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ସରକାରଙ୍କ ଦ୍ବାରା ନିର୍ମିତ ହୋଇଥିବା ବେଳେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଫଳରେ ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କ ମାଧ୍ୟମରେ ଆଜି ରାସ୍ତାର ମରାମତି କରାଯାଉଥିଲା । କିନ୍ତୁ ଏହି ମରାମତିକୁ ବିରୋଧ କରିଥିଲେ ଗାଁ ର ଆଉ ଏକ ଗୋଷ୍ଠୀ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ହେବାସହ ରାସ୍ତା କାମ ବନ୍ଦ ହୋଇଥିଲା ।

ଏହାର ପ୍ରତିବାଦରେ ଅଭିଭାବକ ମାନେ 49 ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ରାସ୍ତା ଅବରୋଧର ଖବର ପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା କାମ ଆରମ୍ଭ କରିବାକୁ କହିଥିଲେ । ରାସ୍ତା କାମ ଆରମ୍ଭ ହେବା ପରେ ରାସ୍ତା ଅବରୋଧ ହଟିଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details