ଓଡିଶା

odisha

ETV Bharat / state

କାନ୍ଦବୋବାଳିରେ ଫାଟୁଛି ରାଇକଳା, ଗାଁ ମାଟିରୁ ଅଲବିଦା କହିଲା ଅରିନ୍ଦମ - କେନ୍ଦୁଝର ମାଟିର ଲଢୁଆ ପୁଅ

ଅଲବିଦା କହି ପଞ୍ଚଭୂତରେ ଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ନିଜ ଗାଁ ମାଟି କେନ୍ଦୁଝରରେ ସମ୍ପନ୍ନ ହେଲା ଅରିନ୍ଦମଙ୍କ ଶେଷକୃତ୍ୟ । ଅଧିକ ପଢନ୍ତୁ...

ଗାଁ ଶ୍ମସାନରେ ପଞ୍ଚଭୂତରେ ଲୀନ ହେଲେ ଅରିନ୍ଦମ
ଗାଁ ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ଅରିନ୍ଦମ

By

Published : Sep 25, 2021, 11:57 AM IST

Updated : Sep 25, 2021, 12:14 PM IST

କେନ୍ଦୁଝର: ସଭିଙ୍କୁ ଅଲବିଦା କହି ପଞ୍ଚଭୂତରେ ଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ । କେନ୍ଦୁଝର ମାଟିର ଲଢୁଆ ପୁଅ ତଥା ନିର୍ଭୀକ ସାମ୍ବାଦିକ ଭାବରେ ଘରେ ଘରେ ପରିଚିତ ଅରିନ୍ଦମ ଦାସଙ୍କ ମର ଶରୀର ପଞ୍ଚଭୂତରେ ଲୀନ ହୋଇଛି । କେନ୍ଦୁଝର ରାଜନଗର ପଞ୍ଚାୟତ ରାଇକଳା ଗାଁର ବୈତରଣୀ ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅରିନ୍ଦମଙ୍କ ମୃତ୍ୟୁ ସାରା କେନ୍ଦୁଝର ବାସୀଙ୍କୁ ସ୍ତବ୍ଧ କରିଥିବା ବେଳେ ଜନ୍ମମାଟି ରାଜନଗରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

କାନ୍ଦବୋବାଳିରେ ଫାଟୁଛି ରାଇକଳା, ଗାଁ ମାଟିରୁ ଅଲବିଦା କହିଲା ଅରିନ୍ଦମ

ଗତକାଲିର ଘଟଣା ଘଟିବା ସମୟରୁ ଶେଷକୃତ୍ୟ ସମ୍ପର୍ଣ୍ଣ ହେବା ପର୍ଯ୍ୟନ୍ତ ଗାଁରେ କାହାରି ଘରେ ଚୁଲି ଜଳିନି। ଅରିନ୍ଦମଙ୍କ ପରିବାରରେ କାହାରି ଆଖିରୁ ଲୁହ ଶୁଖି ନଥିବା ବେଳେ ବାରମ୍ବାର ଚେତାଶୂନ୍ୟ ହୋଇଯାଉଛନ୍ତି ତାଙ୍କ ବିଧବା ମା’ ଏବଂ ପତ୍ନୀ । ଅରିନ୍ଦମ ତାଙ୍କ ବିଧବା ମା’ଙ୍କ ଏକ ମାତ୍ର ପୁଅ ଥିବାବେଳେ ଏପରି ଅକାଳ ମୃତ୍ୟୁରେ ପରିବାର ଅସହାୟ ହୋଇ ପଡିଛି।

ଆଜି(ଶନିବାର) ତାଙ୍କ ଶେଷ ଦର୍ଶନ ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରୀ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାୟକ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତେବେ ଶୁକ୍ରବାର ରାତିରେ ଅରିନ୍ଦମଙ୍କ ମରଶରୀର ଜନ୍ମମାଟିରେ ପହଁଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏହି ସମୟରେ ଲୋକାରଣ୍ୟ ହୋଇଯାଇଥିଲା ଶ୍ମଶାନ। ଏହା ସହ ଅରିନ୍ଦମଙ୍କ ସାଙ୍ଗସାଥୀ ତାଙ୍କୁ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Sep 25, 2021, 12:14 PM IST

ABOUT THE AUTHOR

...view details