ଓଡିଶା

odisha

ETV Bharat / state

କେନ୍ଦୁଝରରେ ମାତିଛନ୍ତି ବଣୁଆ ହାତୀ

ରାଜ୍ୟରେ ହାତୀ ଖେଳାଉଛନ୍ତି ଆତଙ୍କ। କେତେବେଳେ କେଉଁ ସ୍କୁଲ ଘର କବାଟ ଭାଙ୍ଗି ଚାଉଳ ଖାଉଛନ୍ତି, ତ କେତେବେଳେ ପାଦତଳେ ଚାପି ମଣିଷ ମାରୁଛନ୍ତି । ଏବେ କେନ୍ଦୁଝର ଜିଲ୍ଲାରେ ପଶି ଏବେ ଉପଦ୍ରବ କରୁଛନ୍ତି ହାତୀ । ବିଲରେ ପସି କଅଁଳ ଧାନ ଖାଇବା ସହ ଫସଲକୁ ଦଳିଚକଟି ନଷ୍ଟ କରି ଦେଇଛନ୍ତି ।

By

Published : Aug 3, 2019, 2:13 PM IST

ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାରେ ପୁଣି ହାତୀ ଖେଳାଇଛନ୍ତି ଆତଙ୍କ । ସଦର ରେଞ୍ଜର ଭାଲୁ ଘର ଚକ ନୂଆସହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୧୨ ଟିକିଆ ହାତୀ ପଲ ଏକାଧିକ ଧାନ ବିଲରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କଅଁଳ ଧାନ ଖାଇଯିବା ସହ ପାଦରେ ଦଳିଚକଟି ଅନେକ ଫସଲ ମଧ୍ୟ ନଷ୍ଟ କରିଛନ୍ତି । ହାତୀ ପଲ ଏବେ ଗାଁ ପାଖ ଜଙ୍ଗଲରେ ଥିବାରୁ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରକାଶ ଯେ ହାତୀ ପଲରେ ୩ଟି ଛୁଆ, ୨ଟି ବଡ ଛୁଆ, ୫ଟି ବଡ ମାଈ ହାତୀ ସହ ୨ଟି ଦନ୍ତା ଅଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details