ଓଡିଶା

odisha

ବୌଦ୍ଧ ପର୍ଯ୍ୟଟନରୁ ବାଦ ପଡିଲା କଣ୍ଟାମାଳ, ନୂଆ ରୋଡମ୍ୟାପ ପ୍ରସ୍ତୁତ

By

Published : Sep 17, 2020, 1:55 PM IST

ଦୁର୍ଲଭ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ପ୍ରକୃତି ପର୍ଯ୍ୟଟନ ଠାରୁ ଆରମ୍ଭ କରି ଆଦିବାସୀ ପର୍ଯ୍ୟଟନ ଓ ଐତିହ୍ୟ ପର୍ଯ୍ୟଟନ ଭରି ହୋଇରହିଛି । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍‌ ।

boudh latest news, boudh tourism, road map for boudh tourism developement, developement of boudh tourism, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧ ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ ବିକାଶ ରୋଡ ମ୍ୟାପ୍‌, ବୌଦ୍ଧ ପର୍ଯ୍ୟଟନ ବିକାଶ
ବୌଦ୍ଧ ପର୍ଯ୍ୟଟନରୁ ବାଦ ପଡିଲା କଣ୍ଟାମାଳ, ନୂଆ ରୋଡମ୍ୟାପ ପ୍ରସ୍ତୁତ

ବୌଦ୍ଧ: ଦୁର୍ଲଭ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ପ୍ରକୃତି ପର୍ଯ୍ୟଟନ ଠାରୁ ଆରମ୍ଭ କରି ଆଦିବାସୀ ପର୍ଯ୍ୟଟନ ଓ ଐତିହ୍ୟ ପର୍ଯ୍ୟଟନ ଭରି ହୋଇରହିଛି । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍‌ । କିନ୍ତୁ ଜିଲ୍ଲାରେ ଅନେକ ପର୍ଯ୍ୟଟନ ବିଭବ ଅଲୋଡ଼ା ହୋଇ ପଡି ରହିଥିବା ବେଳେ ଏହାର ଭବିଷ୍ୟତ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଏଥି ସହିତ କଣ୍ଟାମାଳ ଅଞ୍ଚଳକୁ ଏହି ମ୍ୟାପରେ ସାମିଲ କରାଯାଇ ନଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ବୌଦ୍ଧ ପର୍ଯ୍ୟଟନରୁ ବାଦ ପଡିଲା କଣ୍ଟାମାଳ, ନୂଆ ରୋଡମ୍ୟାପ ପ୍ରସ୍ତୁତ

ଶୈବ, ଶାକ୍ତ, ବୌଦ୍ଧ, ବୈଷ୍ଣବ ଓ ମହିମା ଆଦି 5ଟି ଧର୍ମର ଅପୂର୍ବ ମିଳନରେ ଅନେକ ଦୂର୍ମୂଲ୍ୟ କୀର୍ତ୍ତିରାଜି ଏବେବି ଦଣ୍ଡାୟମାନ । କିନ୍ତୁ ଅବହେଳାରୁ ଅନେକ କୀର୍ତ୍ତିରାଜି ଏବେ ଧ୍ବଂସାଭିମୁଖୀ । ଏବେ ଜିଲ୍ଲା ପ୍ରଶାସନ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନଗୁଡିକର ବିକାଶ ପାଇଁ ରୋଡ ମ୍ୟାପ ପ୍ରସ୍ତୁତି ଆରମ୍ଭ କରିଛି । ମଙ୍ଗଳବାର ଏନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । କିନ୍ତୁ ଜିଲ୍ଲାରେ ଅନେକ ପର୍ଯ୍ୟଟନ ବିଭବ ରହିଥିଲେ ମଧ୍ୟ ଜିଲ୍ଲାରେ ନା ଅଛି ପର୍ଯ୍ୟଟନ କାର୍ଯ୍ୟାଳୟ, ନା ଅଛନ୍ତି ପର୍ଯ୍ୟଟନ ଅଧିକାରୀ । ସେପଟେ ନୂତନ ପର୍ଯ୍ୟଟନ ରୋଡ ମ୍ୟାପରେ କଣ୍ଟାମାଳ ଅଞ୍ଚଳକୁ ବାଦ ଦିଆଯାଇଥିବାରୁ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସଦ୍ୟ ପ୍ରସ୍ତୁତ ରୋଡ ମ୍ୟାପରେ ବୀରନରସିଂପୁରର, ମର୍ଜାକୁଦ ଦ୍ବୀପ, ପାତାଳୀ ଶ୍ରୀକ୍ଷେତ୍ର ନାୟକପଡା ଗୁମ୍ଫା, ଡମ୍ବରୁଗଡ ଅରଣ୍ୟ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଗୁଡିକର ବିକାଶ ପାଇଁ ସ୍ଥାନ ପାଇଛି । ସେପଟେ ପର୍ଯ୍ୟଟନକୁ ନେଇ ଅସୁମାରୀ ସମ୍ଭାବନା ରହିଥିବାରୁ ଏ ଦିଗରେ ଐତିହାସିକ, ବୁଦ୍ଧିଜୀବୀ ଓ ଗବେଷକଙ୍କ ମତାମତ ଲୋଡିବାକୁ ବରିଷ୍ଠ ଗବେଷକ ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details