କେନ୍ଦୁଝର: ବେଆଇନ ବିଦେଶୀ ମଦ ବିକ୍ରି କରି ପୋଲିସ ହାବୁଡରେ ପଡିଛନ୍ତି 2 ଜଣ ମହିଳା । ସ୍ଥାନୀୟ ଯୋଡା ଥାନା ହନୁମାନ ହାଟିଂରେ ଚାଲିଥିବା ଚୋରା ମଦ ବିକ୍ରି ଖବର ପାଇ ଯୋଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି 2 ଜଣ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଥିଲେ ।
ସୂଚନା ଅନୁଯାୟୀ ପାର୍ବଣ ଅବସରରେ ଯୋଡାର ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକ ବନ୍ଦ ହେବାର ସୁଯୋଗ ନେଇ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ପାଇଥିଲେ ପୋଲିସ । ଏନେଇ ମଙ୍ଗଳବାର ଚଢାଉ କରି ଯୋଡା ଥାନା ପୋଲିସ 2 ଜଣ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବା ସହ 92 ବୋତଲ ବିଦେଶୀ ମଦ ଜବତ କରିଛି ।