ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେଲେ ୮ ଖଣି ମାଲିକ

ଜିଲ୍ଲାପାଳଙ୍କ କୋର୍ଟରେ ଶନିବାର ୮ ଖଣି ଲିଜଧାରୀ ହାଜର ହୋଇଛନ୍ତି। ତେବେ ୯ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇଥିଲା ।

By

Published : Jun 1, 2019, 3:08 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

କେନ୍ଦୁଝର: ଜିଲ୍ଲାପାଳଙ୍କ କୋର୍ଟରେ ଶନିବାର ୮ ଖଣି ଲିଜଧାରୀ ହାଜର ହୋଇଛନ୍ତି। ତେବେ ୯ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇଥିଲା । ସୁପ୍ରିମକୋର୍ଟର ନିର୍ଦ୍ଦେଶ ମୁତାବକ ଜୋରିମାନା ଦେଇ ନଥିବା ୩୧ଟି ଖଣିର ୨୩ ଜଣ ମାଲିକଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

ଯାହାକୁ ନେଇ ଖଣି କମ୍ପାନୀମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ କେସ୍ ହୋଇଥିଲା । ଏହି ସାର୍ଟିଫିକେଟ କେସର ଶୁଣାଣି ଚାଲିଛି । ତେବେ ୮ଟି କମ୍ପାନୀ ଜବାବ ଦାଖଲ କରିଛନ୍ତି । ଶନିବାର ହାଜର ହେବାକୁ ଥିବା ୯ ଖଣି ମାଲିକଙ୍କ ମଧ୍ୟରୁ ଭଞ୍ଜ ମିନେରାଲ ଖଣି ଲିଜଧାରୀ ଅନୁପସ୍ଥିତ ଥିଲେ ।

ଉପସ୍ଥିତ ଥିବା ୮ ଖଣି କମ୍ପାନୀ ମଧ୍ୟରୁ ମାଲାରାୟକୁ ୧ ମାସ, ଅନୁପସ୍ଥିତ ଥିବା ଭଞ୍ଜ ମିନେରାଲ କୁ ୭ ଦିନ ଓ ଅନ୍ୟ ମାନଙ୍କୁ ୧୫ ଦିନ ମଧ୍ୟରେ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ମିଳିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଜୋରିମାନା ପୈଠ ନକଲେ ସମ୍ପତ୍ତି ବିକ୍ରି ପାଇଁ ପକ୍ରିୟା ଆରମ୍ଭ ହେବ । ଲିଜଧାରୀଙ୍କ ସମ୍ପତ୍ତି ଜବତ କରିବା ସହ ଲିଜଧାରୀଙ୍କ ବିରୋଧରେ ୱାରେଣ୍ଟ ଜାରି ହେବ । ଆଗାମୀ ୨୨ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details