ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ଶିଶୁ ମୃତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବାଗୁଡି ଗାଁରେ ଗାଧୋଇବା ବେଳେ ଗୋଡ ଖସିଯାଇ 6 ବର୍ଷ ଶିଶୁପୁତ୍ରର ମୃତ୍ୟୁ ଘଟିଛି ।

By

Published : Jun 24, 2019, 8:46 PM IST

ପ୍ରତିକାତ୍ମକ ଫଟୋ

ଆନନ୍ଦପୁର: ପୋଖରୀରେ ବୁଡ଼ି ଶିଶୁ ମୃତ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସୁର ବାଗୁଡ଼ି ଗାଁରେ ।

ସୂଚନାମୂତାବକ, ସୋମବର ସକାଳୁ ବାଗୁଡି ଗାଁର ବଙ୍ଗାଳୀ ବେହେରାଙ୍କ ୬ ବର୍ଷର ଶିଶୁପୁତ୍ର ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା । ହଠାତ୍ ଗୋଡ଼ ଖସିଯିବାରୁ ପୋଖରୀରେ ଶିଶୁ ବୁଡ଼ି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ମିଶି ଶିଶୁକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବରପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details