ଓଡିଶା

odisha

ETV Bharat / state

ଜାତୀୟ ସୁରକ୍ଷା ସପ୍ତାହ ପାଳିତ, ଜାଗ୍ରତପ୍ରହରୀ ହୋଇ କାର୍ଯ୍ୟ କରିବ TPNODL - କେନ୍ଦୁଝରରେ ୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ

ଦେଶରେ ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଆଜିଠୁ ଆରମ୍ଭ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଟିପିଏନଓଡିଏଲ ବିଦ୍ୟୁତ ବିତରକ ସଂସ୍ଥା ପକ୍ଷରୁ ସପ୍ତାହିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ, ଜାଗ୍ରତ ପ୍ରହରୀ ହୋଇ କାର୍ଯ୍ୟ କରିବ ଟିପିଏନଓଡିଏଲ
୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ, ଜାଗ୍ରତ ପ୍ରହରୀ ହୋଇ କାର୍ଯ୍ୟ କରିବ ଟିପିଏନଓଡିଏଲ

By

Published : Mar 4, 2022, 7:34 PM IST

କେନ୍ଦୁଝର:ଆଜିଠାରୁ ସାତ ଦିନ ଧରି ସାରା ଦେଶରେ ୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ଟିପିଏନଓଡିଏଲ ବିଦ୍ୟୁତ ବିତରକ ସଂସ୍ଥା ପକ୍ଷରୁ ମଧ୍ୟ ଏହି ସପ୍ତାହ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।

୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ, ଜାଗ୍ରତ ପ୍ରହରୀ ହୋଇ କାର୍ଯ୍ୟ କରିବ ଟିପିଏନଓଡିଏଲ

ଏହି ସାତ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମର ପ୍ରଥମ ଦିନରେ ଟିପିଏନଓଡିଏଲ କର୍ମଚାରୀଙ୍କ ପକ୍ଷରୁ ସକାଳୁ ଏକ ସଚେତନତା ସୃଷ୍ଟି ଅଭିଯାନ ପଦଯାତ୍ରା ସହର ପରିକ୍ରମା କରାଯାଇଥିଲା । ପରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଟିପିଏନଓଡିଏଲର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ବିତରକ ସଂସ୍ଥା ଜାଗ୍ରତ ପ୍ରହରୀ ଭାବେ ଦିନରାତି କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ । ଗ୍ରାହକଙ୍କୁ ପ୍ରାଥମିକତା ଦେଇ ବିତରକ ସଂସ୍ଥା ସଦାସର୍ବଦା କାର୍ଯ୍ୟ ଜାରି ରଖିବ ବୋଲି ଜେନେରାଲ ମ୍ୟାନେଜର ପ୍ରକାଶ କରିଥିଲେ । ତେବେ ପ୍ରଥମ ଦିନଟି ଲାଇନ ମ୍ୟାନଙ୍କ ପାଇଁ ସମର୍ପିତ ଥିବା ବେଳେ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଟିପିଏନଓଡିଏଲ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details