ଓଡିଶା

odisha

କେନ୍ଦୁଝରରେ କାୟା ମେଲୁଛି କୋରୋନା, ସଟଡାଉନ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର ଜିଲ୍ଲାରେ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯେଉଁମାନେ ସରକାରୀ ନିୟମ ଅବା ସଟଡାଉନ ନିୟମ ନ ମାନିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

By

Published : Jul 9, 2020, 2:43 PM IST

Published : Jul 9, 2020, 2:43 PM IST

କେନ୍ଦୁଝରରେ କାୟା ମେଲୁଛି କୋରୋନା, ସଟଡାଉନ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ
କେନ୍ଦୁଝରରେ କାୟା ମେଲୁଛି କୋରୋନା, ସଟଡାଉନ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର: ଜିଲ୍ଲାରେ ଆଜି ୪୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୩୪ ଜଣ ସ୍ଥାନୀୟ ଚିହ୍ନଟ ହୋଇଥିବାବେଳେ ୧୨ ଜଣ ଟିଏମସି ଓ ଅନ୍ୟ ଦୁଇ ଜଣ କରୋନା ଯୋଦ୍ଧା ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହି ୪୮ ଜଣ ମଧ୍ୟରୁ ୩୪ ଜଣ ବଡ଼ବିଲ, ଝୁମ୍ପୁରା ଘଷିପୁରା, ଘଟଗାଁ, ସଦର ବ୍ଲକ ୧୪ ଜଣ ବୋଲି ଜିଲ୍ଲା ପ୍ରଶାସନ ପ୍ରକାଶ କରିଛି । ଅନ୍ୟ ୩୪ ଜଣ ବଡ଼ବିଲ ସହରର ହୋଇଥିବା ବେଳେ ସମସ୍ତେ ସ୍ଥାନୀୟ ଚିହ୍ନଟ ହେବା ସହ ସେମାନଙ୍କ ସହ କାହା ସହ ସମ୍ପର୍କ ରହିଛି ସେ ନେଇ ପ୍ରଶାସନ ଚିହ୍ନଟ କରୁଥିବା ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ବଡ଼ବିଲ ଅଞ୍ଚଳରୁ ଏହି ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବଡ଼ବିଲ ସହରକୁ ଠାରୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଥିଲା ।

କେନ୍ଦୁଝରରେ କାୟା ମେଲୁଛି କୋରୋନା, ସଟଡାଉନ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ବର୍ତ୍ତମାନ ସୁଦ୍ଧା ବଡ଼ବିଲ ସହରରେ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସେ କହିଛନ୍ତି । ସମସ୍ତଙ୍କୁ କୋଭିଡ଼ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୨୪୬ ଆକ୍ରାନ୍ତ ହୋଇଥିବା ବେଳେ ୧୩୫ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୧୧୧ଟି ଆକ୍ଟିଭ କେଶ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ସଟଡାଉନକୁ କଡାକଡ଼ି ଭାବେ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାସହ ସଦର ବ୍ଲକର କବିତରା ଗ୍ରାମ ଓ ଝୁମ୍ପୁରା ବ୍ଲକର ଗୋଟିଏ ଗୋଟିଏ ପଞ୍ଚାୟତକୁ ସିଲ କରାଯାଇଛି ।

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗକୁ ସାମୟିକ ଭାବେ ଶତାବ୍ଦୀ ବିଲ୍ଡିଂକୁ ସିଫ୍ଟ କରାଯାଇଥିବା ବେଳେ ଉକ୍ତ ବିଭାଗକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଆଗାମୀ ଦିନରେ ସଟଡାଉନକୁ କଡାକଡି କରାଯିବା ସହ ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାସହ କୋଭିଡ ହସ୍ପିଟାଲରେ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି । ଏହାସହ ମାସ୍କ ପିନ୍ଧି ନଥିବା ଅଭିଯୋଗରେ 16ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details