ଓଡିଶା

odisha

By

Published : Feb 18, 2020, 10:27 PM IST

Updated : Feb 18, 2020, 11:25 PM IST

ETV Bharat / state

କେନ୍ଦୁଝରରେ ମାତିଛନ୍ତି ଲୁଟେରା, କାନାରା ବ୍ୟାଙ୍କରୁ ତିନି ଲକ୍ଷ ଲୁଟ

ହାଣ୍ଡିଭଙ୍ଗା କାନାରା ବ୍ୟାଙ୍କରୁ ଡକାୟତି । ପିସ୍ତଲ ଓ ଭୁଜାଲିରେ ଭୟଭୀତ କରି ବ୍ୟାଙ୍କ ଲକରରେ ଥିବା 3.25 ଲକ୍ଷ ଟଙ୍କା ଲୁଟ ।

3.2 lakhs loot from keonjhar canada bank
କାନାରା ବ୍ୟାଙ୍କରୁ ଡକାୟତି, ମାରଣାସ୍ତ୍ର ଦେଖାଇ ତିନି ଊର୍ଦ୍ଧ୍ବ ଲକ୍ଷରୁ ଟଙ୍କା ଲୁଟ

କେନ୍ଦୁଝର: କେନ୍ଦୁଝର ସଦର ଥାନା ହାଣ୍ଡିଭଙ୍ଗା କାନାରା ବ୍ୟାଙ୍କରୁ ଡକାୟତି । ଡକାୟତଙ୍କ ଆକ୍ରମଣରେ 2 ବ୍ୟାଙ୍କ କର୍ମଚାରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ 3 ଟି କଳା ପଲସରରେ 6 ଜଣ ହାତରେ ପିସ୍ତଲ ଓ ଭୁଜାଲି ଧରି ହାଣ୍ଡିଭଙ୍ଗା କାନାରା ବ୍ୟାଙ୍କ ଶାଖାକୁ ଆସିଥିଲେ । ସେଠାରେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନକୁ ବ୍ୟାଙ୍କରେ ଅଟକ ରଖି ବ୍ୟାଙ୍କର ଶାଖା ପରିଚାଳକ ଗଜେନ୍ଦ୍ର ପାତ୍ର ଓ ପିଅନ ସଞ୍ଜୟ ସରଦାରଙ୍କୁ ଆକ୍ରମଣ କରିଥିଲେ ।

ଏହାସହ ସେଠାରେ ଉପସ୍ଥିତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ ବ୍ୟାଙ୍କରେ ଅଟକ ରଖିଥିଲେ । ପରେ ପିସ୍ତଲ ଓ ଭୁଜାଲିରେ ଭୟଭୀତ କରି ବ୍ୟାଙ୍କ ଲକର ରେ ଥିବା 3.25 ଲକ୍ଷ ଟଙ୍କା ଲୁଟ କରି ଝୁମ୍ପୁରା ଆଡକୁ ପଳାଇଥିଲେ । ଖବର ପାଇ ସଦର ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଥିବା ସୂଚନା ମିଳିଛି । ଏହି ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସୂଚନାମୁତାବକ, ଏକ ମାସ ମଧ୍ୟରେ ସଦର ଥାନା ଅଞ୍ଚଳରେ ଦ୍ୱିତୀୟଥର ବ୍ୟାଙ୍କ ଲୁଟ ହୋଇଛି ।

କାନାରା ବ୍ୟାଙ୍କରୁ ଡକାୟତି, ମାରଣାସ୍ତ୍ର ଦେଖାଇ ତିନି ଊର୍ଦ୍ଧ୍ବ ଲକ୍ଷରୁ ଟଙ୍କା ଲୁଟ

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Feb 18, 2020, 11:25 PM IST

ABOUT THE AUTHOR

...view details