କେନ୍ଦୁଝର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଏହି କ୍ରମରେ ସୋମବାର କେନ୍ଦୁଝରରେ 2 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 100 ଛୁଇଁଛି ।
କେନ୍ଦୁଝରରେ 2 ନୂଆ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଘଷିପୁରା ଓ ଅନ୍ୟ ଜଣେ ହାଟଡିହି ବ୍ଲକର ଥିବା ଜିଲ୍ଲା ପ୍ରଶାସନ ଟ୍ୱିଟରରେ ଜଣାଇଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହରିୟାଣା ଓ ଜଣେ ଚେନ୍ନାଇ ଫେରନ୍ତା ବୋଲି ମଧ୍ୟ ଜଣାପଡ଼ିଛି ।
ଏଥିସହ ଏହି ଦୁଇ ଆକ୍ରାନ୍ତ ନିଜ କାର୍ଯ୍ୟ ସ୍ଥଳରୁ ଫେରି ଟିଏମସିରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ଟ୍ୱିଟର ମାଧ୍ୟମରେ ଜଣାଇଛି । ବର୍ତ୍ତମାନ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କୋଭିଡ଼ ମେଡ଼ିକାଲକୁ ପଠେଇ ଦିଆଯାଇଛି ।
କେନ୍ଦୁଝରରେ 2 ନୂଆ ଆକ୍ରାନ୍ତ ଚିହ୍ନଟ ପ୍ରକାଶ ଥାଉକି, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଁଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଥିବା 41 ଆକ୍ରାନ୍ତ ଏବେବି ଚିକିତ୍ସାଧୀନ ଅଛନ୍ତି ।