ଓଡିଶା

odisha

By

Published : Nov 30, 2021, 2:19 PM IST

ETV Bharat / state

Handball Stadium: କେନ୍ଦୁଝରରେ ରାଜ୍ୟର ପ୍ରଥମ ହ୍ୟାଣ୍ଡବଲ୍ ଷ୍ଟାଡିୟମ, ରହିଗଲା କୋଚ ସମସ୍ୟା

କେନ୍ଦୁଝରରେ ଖୋଲିଲା ଅତ୍ୟାଧୁନିକ ଡୁଆଲ ହ୍ୟାଣ୍ଡବଲ ଷ୍ଟାଡିୟମ(Handball Stadium keonjhar) । ବାଲି, କାଦୁଅ ଭରା ପଡିଆ ସିନ୍ଥେଟିକ ଷ୍ଟାଡିୟମର ନେଲା ରୂପରେଖ । ହେଲେ କୋଚଙ୍କ ଅଭାବ ଖେଳାଳିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଅଧିକ ପଢନ୍ତୁ

Handball Stadium: କେନ୍ଦୁଝରରେ ନିର୍ମାଣ ହେଲା ହ୍ୟାଣ୍ଡବଲ୍ ଷ୍ଟାଡିୟମ, ରହିଗଲା କୋଚ ସମସ୍ୟା
Handball Stadium: କେନ୍ଦୁଝରରେ ନିର୍ମାଣ ହେଲା ହ୍ୟାଣ୍ଡବଲ୍ ଷ୍ଟାଡିୟମ, ରହିଗଲା କୋଚ ସମସ୍ୟା

କେନ୍ଦୁଝର: ଖୋଲିଲା ସହରର ନବନିର୍ମିତ ତଥା ଅତ୍ୟାଧୁନିକ ସୁବିଧାପୂର୍ଣ୍ଣ ହ୍ୟାଣ୍ଡବଲ ଷ୍ଟାଡିୟମ(Handball Stadium keonjhar) । ପ୍ରଥମ କରି କେନ୍ଦୁଝରେ ନିର୍ମାଣ ହୋଇଛି ସିନ୍ଥେଟିକ ହ୍ୟାଣ୍ଡବଲ୍ ଷ୍ଟାଡିୟମ । ନଭେମ୍ବର ୧୮ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଉଦଘାଟନ କରିଛନ୍ତି ।

Handball Stadium: ନିର୍ମାଣ ହେଲା ହ୍ୟାଣ୍ଡବଲ୍ ଷ୍ଟାଡିୟମ, ରହିଗଲା କୋଚ ସମସ୍ୟା

ଅନ୍ତର୍ଜାତୀୟ ଟେନିସ ଫେଡେରେସନ ଦ୍ଵାରା ଅନୁମୋଦିତ ଏବଂ ଅନ୍ତର୍ଜାତୀୟ ଫେଡେରେସନମାନର ସାମଗ୍ରୀରେ ଏହି ଡୁଆଲ କୋର୍ଟ ନିର୍ମାଣ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୧.୬ ଏକର ପରିମିତ ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦୦ ଦର୍ଶକ ବସି ଖେଳ ଦେଖିବାର ସୁଯୋଗ ରହିଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୩.୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନିର୍ମିତ ଏହି ଷ୍ଟାଡିୟମ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କ ପାଇଁ ପ୍ରୋତ୍ସାହନ ମିଳିବ । ଏଠାରେ ହ୍ୟାଣ୍ଡବଲ ସହିତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବହୁବିଧ କ୍ରୀଡା ବ୍ୟବସ୍ଥା ରହିଛି ।

ପିଲାଠୁ ବୃଦ୍ଧ ସବୁ ବର୍ଗର ଲୋକମାନେ ସୁସ୍ଥ ରହିବା ପାଇଁ ପ୍ରାତଃ ଭ୍ରମଣ ଟ୍ରାକ, ଯୋଗ, ଓପନ ଜିମନାସିୟମ, ଶିଶୁ କ୍ରୀଡ଼ା ଆଦି ବ୍ୟବସ୍ଥା ରହିଛି । ରାତିରେ ମଧ୍ୟ ଖେଳିବା ପାଇଁ ଆଲୋକ ବ୍ୟବସ୍ଥା କରାଯାଇଛି । ଯାହାକୁ ସ୍ବାଗତ କରିଛନ୍ତି ଖେଳାଳି । ପୂର୍ବରୁ ମାଟି କାଦୁଅର ଷ୍ଟାଡିୟମ ଥିବାରୁ ନାନା ସମସ୍ୟା ଭୋଗିବାକୁ ପଡୁଥିଲା । ରାତିରେ ମଧ୍ୟ ଅଭ୍ୟାସ କରିବାର ସୁଯୋଗ ନଥିଲା । ବର୍ତ୍ତମାନ ଡୁଆଲ କୋର୍ଟ ଷ୍ଟାଡିୟମ ନିର୍ମାଣ ହେବା ପରେ ରାତିରେ ଅଭ୍ୟାସ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି ।

ମାତ୍ର ଅଭାବ ରହିଯାଇଛି କୋଚଙ୍କ ପାଖରେ । ପର୍ଯ୍ୟାପ୍ତ ପରିମାଣରେ କୋଚ୍ ନ ଥିବାରୁ ଖେଳ ଅଭ୍ୟାସରେ ସମସ୍ୟା ହେଉଥିବା ଖେଳାଳି କହିଛନ୍ତି । ତେଣୁ କୋଚଙ୍କ ବ୍ୟବସ୍ଥା ହୋଇପାରିଲେ ଆଗକୁ ଏଠାରୁ ବହୁ ଖେଳାଳି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ନାମ କମାଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details