ଓଡିଶା

odisha

ETV Bharat / state

15 ଦିନରେ ପହଞ୍ଚିଲା ଆମରଣ ଅନଶନ, 10 ମେଡିକାଲରେ ଭର୍ତ୍ତି - ମେଡିକାଲ

ହକ ପାଇଁ ଲଢେଇ କରୁ କରୁ ଶୋଚନୀୟ ଅବସ୍ଥାରେ ପହଞ୍ଚିଛନ୍ତି ଅନଶନକାରୀ । ସ୍ଥାନୀୟ ବଡକାଳୀମାଟି ପଞ୍ଚାୟତ ଅନ୍ତର୍ଗତ ଦୁବୁନାଠାରେ ଏସାରଷ୍ଟିଲ କମ୍ପାନୀ ଦ୍ବାରା ପ୍ରତାରିତ ହୋଇ ଆସୁଥିବା ନିରୀହ ପ୍ରଜାଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଏହି ଆମରଣ ଅନଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jul 1, 2019, 8:52 PM IST

କେନ୍ଦୁଝର: ହକ ପାଇଁ ଲଢେଇ କରୁ କରୁ ଶୋଚନୀୟ ଅବସ୍ଥାରେ ପହଞ୍ଚିଛନ୍ତି ଅନଶନକାରୀ । ସ୍ଥାନୀୟ ବଡକାଳୀମାଟି ପଞ୍ଚାୟତ ଅନ୍ତର୍ଗତ ଦୁବୁନାଠାରେ ଏସାରଷ୍ଟିଲ କମ୍ପାନୀ ଦ୍ବାରା ପ୍ରତାରିତ ହୋଇ ଆସୁଥିବା ନିରୀହ ପ୍ରଜାଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଏହି ଆମରଣ ଅନଶନ । ଯେଉଁଥିରେ କମ୍ପାନୀର ପ୍ରତାରଣାରୁ ମୁକୁଳିବା ସହ ନିଜ ଅଧିକାର ପାଇବା ପାଇଁ ବିଗତ 15 ଦିନ ହେବ ଅନଶନରେ ବସି ରହିଛନ୍ତି 19 ଜଣ କର୍ମଚାରୀ । ହେଲେ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ 10ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ ଏସାରଷ୍ଟିଲ କମ୍ପାନୀ ପ୍ରତିଷ୍ଠା ହେବା ଦ୍ବାରା ସମସ୍ତ କ୍ଷେତ୍ରରେ କମ୍ପାନୀ ଦ୍ବାରା ପଞ୍ଚାୟତବାସୀ ପ୍ରତାରିତ ହେଉଥିଲେ । ଏଥିସହ ଜମିହରା କ୍ଷତିଗ୍ରସ୍ତଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ଉପଯୁକ୍ତ ଥଇଥାନ । ଯାହାର ପ୍ରତିବାଦ ସ୍ବରୂପ ବିଗତ 15 ଦିନ ହେବ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିଛନ୍ତି 19 ଜଣ କର୍ମଚାରୀ । ହେଲେ ସୋମବାର ସୁଦ୍ଧା ଅନଶନକାରୀ ମଧ୍ୟରୁ 10 ଜଣଙ୍କ ଅବସ୍ଥା ଶୋଚନୀୟ ହେବାରୁ ସେମାନଙ୍କୁ ନିକଟସ୍ଥ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଅନଶନକାରୀଙ୍କ ସହ ସୋମବାର ଯୋଗ ଦେଇଛନ୍ତି ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଶର୍ମା । ଜିଲ୍ଲା ପ୍ରଶାସନର କମ୍ପାନୀ ପ୍ରୀତିକୁ ସେ ଦୃଢ ନିନ୍ଦା କରିବା ସହ ଆଗାମୀ ଦିନରେ ବିଜେପି ଏହି ଘଟଣାରେ ରାଜରାସ୍ତାକୁ ଓହ୍ଲାଇବାର ସୂଚନା ଦେଇଛନ୍ତି । ତେଣେ ଏନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details