ଓଡିଶା

odisha

By ETV Bharat Odisha Team

Published : Oct 23, 2023, 2:25 PM IST

ETV Bharat / state

ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଚୋରା ମଦ ଜବତ, ଅଭିଯୁକ୍ତ ଗିରଫ

ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗକୁ ସଫଳତା । କେନ୍ଦୁଝର ଅଞ୍ଚଳରେ ଚଢାଉ ବେଳେ ନକଲି ମଦ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଆଗକୁ ପଢନ୍ତୁ

ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଚୋରା ମଦ ଜବତ, ଅଭିଯୁକ୍ତ ଗିରଫ
ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଚୋରା ମଦ ଜବତ, ଅଭିଯୁକ୍ତ ଗିରଫ

ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଚୋରା ମଦ ଜବତ, ଅଭିଯୁକ୍ତ ଗିରଫ

କେନ୍ଦୁଝର: ଅବକାରୀ ବିଭାଗକୁ ବଡ଼ ସଫଳତା । କେନ୍ଦୁଝର ଅଞ୍ଚଳରେ ଚଢାଉ ବେଳେ ନକଲି ମଦ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗ ମିଳିତ ଭାବେ ଏହି ଚଢାଉ କରିଥିଲେ । ଜବତ ନକଲି ମହର ଆନୁମାନିକ ମୂଲ୍ୟ 5 ଲକ୍ଷରୁ ଉର୍ଦ୍ଧ୍ୱ ହେବା ନେଇ ସୂଚନା ରହିଛି ।

ପାର୍ବଣ ଋତୁ ମାହୋଲରେ ସକ୍ରିୟ ଦୁର୍ବୃତ୍ତ । ଲୁଟ୍‌ପାଟ୍‌ଠୁ ନେଇ ଚୋରା ଓ ନକଲି ବ୍ୟବସାୟରେ ଲିପ୍ତ ଅଛନ୍ତି ଦୁର୍ବୃତ୍ତ । କେହି ନକଲି ମିଠା ବିକିଲେଣି ତ କେହି ନକଲି ମଦ । ଏଭଳି ଏକ ନକଲି ଚୋରା ମଦ ବେପାରୀକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗ ମିଳିତ ଚଡ଼ାଉ କରି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବିଦେଶୀ ମଦ ଜବତ କରିବା ସହ ଜଣେ ଚୋରା ମଦ ବ୍ୟବସାୟୀକୁ ଧରିବାରେ ସକ୍ଷମ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ନକଲି ମଦ ରାକେଟ ଉପରେ ଚଢାଉ, ବିପୁଳ ପରିମାଣର ନକଲି ମଦ ସହ ଜଣେ ଗିରଫ

ତେବେ କେନ୍ଦୁଝର ଅଞ୍ଚଳର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ସୁଦର୍ଶନ ସାହୁ ନିଜ ଘରେ ଦୀର୍ଘଦିନ ଧରି ନକଲି ଚୋରା ମଦ କାରବାର ଚଳାଇ ଆସୁଥିଲେ। ସେ ଏହି ନକଲି ମଦର ବିଭିନ୍ନ ସାମଗ୍ରୀ କଲିକତାରୁ ଆଣି ନିଜ ଘରେ ବନାଇ ବିକୁଥିବା ନେଇ ସୂଚନା ରହିଛି । ତେବେ ଏନେଇ ସ୍ଥାନୀୟ ଅବକାରୀ ବିଭାଗ ଜାଣିପାରିନଥିବା ବେଳେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ ଗତକାଲି(ରବିବାର) ତାଙ୍କ ଘରେ ଚଢ଼ାଉ କରିଥିଲା ।

ସୁଦର୍ଶନ ସାହୁଙ୍କ ଘରେ ଚଢ଼ାଉ ବେଳେ ୫୭୦ ଲିଟର ସ୍ପିରିଟ, ୩୪ ଲିଟର ନକଲି ମଦ, ୫୮ଟି ନକଲି ମଦ ବୋତଲ(ଆଇବି, ରୟାଲ ଷ୍ଟାଗ, ନମ୍ବର ୱାନ୍‌), ଖୋଲା ବୋତଲ ୨୧୨ଟି, ଠିପି ୩୪୭୧ଟି, ୪୮୧୫ଟି ନକଲି ଷ୍ଟିକର, ସିଲିଂ ମେସିନ ଦୁଇଟି, ଦୁଇଟି 500 ଲିଟର ଜାର ସହ ବହୁ ଆନୁସଙ୍ଗିକ ଉପକରଣ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ ।

ଏହାମଧ୍ୟ ପଢନ୍ତୁ..ଓଡ଼ିଶାରେ ବିକ୍ରି ହେଉଛି ଆସାମ ମଦ, ଅସଲି କି ନକଲି ଦ୍ବନ୍ଦରେ ଲୋକେ

ତେବେ ସମସ୍ତ ନକଲି ଚୋରା ମଦ ସ୍ଥାନୀୟ ଅଞ୍ଚଳରେ ନୁହେଁ ବରଂ ବାହାର ଜିଲ୍ଲା ତଥା ରାଜ୍ୟକୁ ବିକୁଥିବା ଅବକାରୀ ବିଭାଗକୁ ଜଣାଇଛି ଅଭିଯୁକ୍ତ ସୁଦର୍ଶନ ସାହୁ । ସୁଦର୍ଶନ ସାହୁକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକଟର ଧନଞ୍ଜୟ ପାତ୍ରଙ୍କ ତତ୍ବାବଧାନରେ କେନ୍ଦୁଝର ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଗିରିଜା ନନ୍ଦନ ଜେନାଓ ଅନ୍ୟ କର୍ମଚାରୀ ମାନେ ମିଶି ଏହି ଚଢ଼ାଉ କରିଥିଲେ। ଆଗାମୀ ଦିନରେ ଅବକାରୀ ଗୁଇନ୍ଦା ବିଭାଗ ଡ୍ରଗ୍ସ ମାଫିଆ ମାନଙ୍କ ଉପରେ ନଜର ରଖିଥିବା ବେଳେ ଯଥାଶୀଘ୍ର ଧରିବେ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details