କେନ୍ଦ୍ରାପଡ଼ା:୨୪ ଘଣ୍ଟାପରେ ନଦୀ ଭିତରୁ ମିଳିଲା ପୁଅର ମୃତଦେହ (Kendrapara student commits suicide ) । ଘରୁ ଆଉ ପଇସା ଆସିବନି ଜାଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପତ୍ରପୁର ପୋଲ ଉପରୁ ନଦୀକୁ ଡେଇଁ ଜୀବନ ହାରିଦେଲେ +୩ ୨ୟ ବର୍ଷର ଛାତ୍ର ପବିତ୍ର ସେଠୀ । ସୂଚନାନୁସାରେ ପବିତ୍ର ପଟ୍ଟାମୁଣ୍ଡାଇ କଲେଜରେ +୩ ୨ୟ ବର୍ଷରେ ପାଠ ପଢ଼ୁଥିଲେ । କଲେଜ ନିକଟରୁ ଘର ବହୁତ ଦୂର ଥିବାରୁ ହଷ୍ଟେଲରେ ରହି ପାଠ ପଢୁଥିଲେ ପବିତ୍ର ।
ପୁଅର ଭବିଷ୍ୟତ ଉଜ୍ଜଳ ପାଇଁ ବାପା, ମାଆ କିଛି ଚିନ୍ତା ନକରି ସମସ୍ତ ଖର୍ଚ୍ଚ କରୁଥିଲେ । ହେଲେ ପବିତ୍ର ପାଠପଢା ଖର୍ଚ୍ଚ ନାଁରେ ମିଛସତ କହି ଘରୁ ଅନେକ ଟଙ୍କା ଆଣୁଥିଲେ । ଏ ସମ୍ପର୍କରେ ପବିତ୍ରଙ୍କ ମାଆ ଜାଣିପାରିଥିଲେ । ପୁଅ ମିଛ କହି ପାଠ ପଢିବା ପାଇଁ ଯେତିକି ଟଙ୍କା ଦରକାର ତାଠୁ ଅଧିକ ଟଙ୍କା ନେଉଥିଲା । ତାଙ୍କ ପୁଅକୁ ଫୋନ କରି ତାଗିଦ କରିଥିଲେ ମାଆ । ‘‘ଏତେ ଟଙ୍କା ଦେଇହେବ ନାହିଁ ଆମେ ଆଉ ପାଠ ପଢାଇପାରିବୁ ନାହିଁ’’ ବୋଲି ମାଆ ପବିତ୍ରକୁ ରୋକଠୋକ କହିଦେଇଥିଲେ । ଏହାପରେ ପୁଅ ମାନସିକ ଚିନ୍ତାରେ ପଡ଼ିଯାଇଥିଲେ । ମାଆ କଥା ହୋଇସାରିବାର କିଛି ଘଣ୍ଟା ପରେ ପବିତ୍ର ପତ୍ରପୁର ପୋଲ ଉପରୁକୁ ଯାଇ ନଦୀକୁ ଡେଇଁ ପଡ଼ିଥିଲେ ।