ଓଡିଶା

odisha

By

Published : Jun 13, 2023, 3:57 PM IST

ETV Bharat / state

ଜମିରେ ପାଇପ୍ ପକାଇବାରୁ ବିବାଦ, କଟୁରୀରେ ଚୋଟ ମାରି ବଡଭାଇର ଜୀବନ ନେଲା ସାନଭାଇ

ପାରିବାରିକ କଳହକୁ ନେଇ ବଡ ଭାଇକୁ ହତ୍ୟା କଲା ସାନ ଭାଇ । ଅଭିଯୁକ୍ତ ସାନ ଭାଇକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

younger brother killed his elder brother
ବଡଭାଇକୁ ହତ୍ୟା କଲା ସାନ ଭାଇ

ବଡଭାଇକୁ ହତ୍ୟା କଲା ସାନ ଭାଇ

କେନ୍ଦ୍ରାପଡା: ଭାଇ ସାଜିଲା ଭଗାରୀ । ପାରିବାରିକ କଳହକୁ ନେଇ ଭାଇର ଜୀବନ ନେଲା ଭାଇ । କଟୁରୀରେ ହାଣି ବଡ ଭାଇକୁ ହତ୍ୟା କଲା ସାନ ଭାଇ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମରରେ । ମୃତକ ଜଣଙ୍କ ହେଉଛନ୍ତି ଅନୁପମ ବେହେରା । ଏହି ହତ୍ୟା ଘଟଣାର ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ନିଦରୁ ଉଠିବା ପରେ ଅନୁପମ ବେହେରା ଓ ସାନ ଭାଇ ସନାତନ ମଧ୍ୟରେ ବଚସା ହୋଇଥିଲା । ଯାହା ପର ମୁହୁର୍ତ୍ତରେ ଉଗ୍ରରୂପ ଧାରଣା କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ସନାତନ ବେହେରା ବଡ ଭାଇ ଅନୁପମ ବେହେରାକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥଲା । ଫଳରେ ଅନୁପମ ବେହେରାଙ୍କ ମୁହଁ ଓ କାନ୍ଧରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ବଡ଼ ଭାଇ ଟଳି ପଡିଥିବା ବେଳେ ସାନ ଭାଇ ଫେରାର ହୋଇଯାଇଥିଲା । ଅନୁପମଙ୍କୁ ମୁର୍ମୁଷୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ସଙ୍ଗେସଙ୍ଗେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ବାସିନ୍ଦା କହିଛନ୍ତି, "ସନାତନ ବେହେରା ଗତ ତିନିଦିନ ତଳେ ପାଣି ପାଇପ ବିଛାଇବା ପାଇଁ କାମ ଆରମ୍ଭ କରିଥିଲା । ଜମିଜମା ମାପଚୁପ ଶେଷ ହୋଇନଥିବା କାରଣରୁ ଏହି କାମକୁ ବନ୍ଦ କରିବା ପାଇଁ ବଡଭାଇ ଅନୁପମ ବେହେରା କହିଥିଲେ । ତେବେ ଏଥିରେ ଉତ୍ତେଜିତ ହୋଇ ସାନଭାଇ ସନାତନ ବଡଭାଇ ଅନୁପମଙ୍କ ସହ ଝଗଡା କରି ଉଚ୍ଚବାଚ କରିଥିଲା । ଏହି କଳିଗୋଳ ଘଟଣାକୁ ଦୁଇଦିନ ପୁରିଥିବା ଆଜି ସକାଳୁ ଅନୁପମ ଶୋଇ ଉଠିବା ପରେ ସନାତନ ଏକ ଧାରୁଆ କଟୁରିରେ ବଡଭାଇକୁ ଦୁଇଟି ଚୋଟ ମାରିଥିଲା ।"

ସୂଚନାଯୋଗ୍ୟ, ଅନୁପମ ବିବାହିତ ଓ ତାଙ୍କର ତିନିଜଣ ସନ୍ତାନ ସନ୍ତତି ଥିବା ବେଳେ ସନାତନ ଅବିବାହିତ ଅଛନ୍ତି । ପୂର୍ବରୁ ଦୁଇଭାଇଙ୍କ ଭିତରେ ଘର ତିଆରିକୁ ନେଇ ମଧ୍ୟ ସମସ୍ୟା ଓ ଦ୍ଵନ୍ଦ ଉପୁଜିଥିଲା । କିନ୍ତୁ ଏହାକୁ ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିଲା । ସେପଟେ ହତ୍ୟାକାଣ୍ଡ ଘଟାଇବା ପରେ ସାନ ଭାଇ ସନାତନ ଫେରାର ଥିବାବେଳେ ବାଲିପାଟଣା ପଞ୍ଚାୟତର ଖଡ଼ିପାଳ ଗାଁର ଏକ ନାଳରୁ ଗିରଫ କରିଛି ପୋଲିସ । ହତ୍ୟାରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରି ଅଭିଯୁକ୍ତ ସନାତନକୁ ଅଧିକ ପଚରାଉଚରା ଜାରି ରଖିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details