କେନ୍ଦ୍ରାପଡା:ନଦୀର ବନ୍ୟା ଜଳରେ ଭାସିଯାଇ ଯୁବକଙ୍କର ମୃତ୍ୟୁ(young man died after washed away in flood water)। ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦର ୮ ନମ୍ବର ଓ୍ବାର୍ଡ ବାଲିପଡା ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ସୌମ୍ୟ ରଞ୍ଜନ ସାହୁ(20) । ନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ନଦୀରେ ଗୋଡ ଖସି ଯାଇଥିଲା । ଫଳରେ ଗଭୀର ଜଳପାତରେ ବୁଡିଯାଇ ମୃତ୍ୟୁ ସୂଚନା ।
ରେଙ୍ଗାଲି ଗେଟ୍ ଖୋଲିବା ପରେ ବିପଦରେ ଅଛନ୍ତି ବ୍ରାହ୍ମଣୀ ନଦୀକୂଳ ବାସିନ୍ଦା । ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ସୂଚନା ଅନୁସାରେ, ସୌମ୍ୟ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ସେହି ସମୟରେ ନଦୀରେ ଗୋଡ ଖସି ଯାଇଥିଲା । ଫଳରେ ଗଭୀର ଜଳପାତରେ ବୁଡିଯାଇ ମୃତ୍ୟୁ ହୋଇଥିବା ନେଇ ଜଣା ପଡିଛି ।