ଓଡିଶା

odisha

ETV Bharat / state

ମଦ ଦୋକାନ ଉଚ୍ଛେଦ ଦାବିରେ ମହିଳାଙ୍କ ରାସ୍ତାରୋକ - road strike

କେନ୍ଦ୍ରାପଡା ଜିଲ୍ଲାର ରାଜନଗର ମଦ ଦୋକାନ ବନ୍ଦ ଦାବିକରି ରାସ୍ତାରୋକ କଲେ ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jun 26, 2019, 9:27 PM IST

Updated : Jun 27, 2019, 1:28 PM IST

କେନ୍ଦ୍ରାପଡା: ଜିଲ୍ଲାର ରାଜନଗର ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । ଗୋପାଳପୁର ବଜାରରେ ଥିବା ମଦ ଦୋକାନ ଉଚ୍ଛେଦ ଦାବିରେ ଶତାଧିକ ମହିଳା ପଟ୍ଟାମୁଣ୍ଡାଇ-ରାଜନଗର ମଧ୍ୟରେ ଦୀର୍ଘସମୟ ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବୁଧବାର ମଧ୍ୟାହ୍ନରୁ ଶହଶହ ମହିଳା ଗୋପାଳପୁର ଠାରେ ଥିବା ମଦ ଦୋକାନ ଉଚ୍ଛେଦ ପାଇଁ ଜିଦ ଧରି ବସିଥିଲେ । କାରଣ ମଦ ପିଇ ଗାଁର ପୁରୁଷମାନେ ଘରେ ମାରପିଟ କରୁଥିବାବେଳେ ସବୁବେଳେ ଘରେ ଅଶାନ୍ତି ଲାଗିରହୁଛି । ଯାହାକୁ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିବାବେଳେ ଏହାକୁ ଉଚ୍ଛେଦ କରିବା ନେଇ ମହିଳା ମାନେ ଦାବି କରିବା ସହ ଆନ୍ଦୋଳନ କରି ରାସ୍ତାରୋକ କରିଥିଲେ ।

ଅପରପକ୍ଷରେ ପ୍ରଶାସନର କୌଣସି ଅଧିକାରୀ ମହିଳା ମାନଙ୍କ ଆନ୍ଦୋଳନ ପାଖରେ ପହଞ୍ଚି ନଥିବାବେଳେ ବହୁ ସମୟ ଜୋର ଧରିଥିଲା ଏହି ଆନ୍ଦୋଳନ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 27, 2019, 1:28 PM IST

ABOUT THE AUTHOR

...view details