ଓଡିଶା

odisha

ETV Bharat / state

ପ୍ରେମର ବାଟରେ କଣ୍ଟା ସାଜିଲା ସ୍ବାମୀ, ବିଷ ଦେଇ ହତ୍ୟା କଲା ସ୍ତ୍ରୀ !

ପ୍ରେମର ବାଟରେ କଣ୍ଟା ସାଜିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ମଦରେ ଘାସମରା ଔଷଧ ଦେଇ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ସମ୍ପର୍କୀୟ । ଅଧିକ ପଢନ୍ତୁ

By

Published : Sep 2, 2022, 1:54 PM IST

ପ୍ରେମର ବାଟରେ କଣ୍ଟା ସାଜିଲା ସ୍ବାମୀ, ବିଷ ଦେଇ ହତ୍ୟା କଲା ସ୍ତ୍ରୀ !
ପ୍ରେମର ବାଟରେ କଣ୍ଟା ସାଜିଲା ସ୍ବାମୀ, ବିଷ ଦେଇ ହତ୍ୟା କଲା ସ୍ତ୍ରୀ !

କେନ୍ଦ୍ରାପଡା:ପୁଣି ସାମ୍ନାକୁ ଆସିଲା ପରକୀୟା ପ୍ରୀତର ଆଉ ଏକ ସାଙ୍ଗାତିକ କାହାଣୀ । ପ୍ରେମିକ ପାଇଁ ସାତ ଜନ୍ମର ସାଥି ହୋଇଥିବା ସ୍ବାମୀକୁ ହତ୍ୟା କରିବାକୁ ପଛାଇଲା ନାହିଁ ସ୍ତ୍ରୀ । ପ୍ରେମର ବାଟରେ କଣ୍ଟା ସାଜିବାରୁ ସ୍ବାମୀକୁ ଘାସମରା ଔଷଧ ଦେଇ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହାକାଳପଡ଼ା ଥାନା ଅଧିନ ଗୌଡ଼ବାଡ଼ପୁର ଗାଁର ଦୀପକ ସେଠୀଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ ହିମାଂଶୁ ସେଠୀ ।

ପ୍ରେମର ବାଟରେ କଣ୍ଟା ସାଜିଲା ସ୍ବାମୀ, ବିଷ ଦେଇ ହତ୍ୟା କଲା ସ୍ତ୍ରୀ !

ଆଜକୁ ୧୨ ବର୍ଷ ତଳେ ଜଗତସିଂହପୁର ଜିଲ୍ଲା ବିଜିପୁର ଗାଁର ରଶ୍ମିତା ସେଠୀଙ୍କୁ ବିବାହ କରିଥିଲେ ଦୀପକ । ବିବାହର କିଛି ବର୍ଷ ସବୁ ଠିକଠାକ୍ ଚାଲିଥିବା ବେଳେ ଗତ କିଛି ବର୍ଷ ହେବ ଏହି ଗାଁର ବାବାଜୀ ସେଠୀଙ୍କ ସହ ରଶ୍ମିତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରିତିଦିନ ବଚସା ଲାଗି ରହୁଥିଲା । ସବୁଦିନ ସନ୍ଧ୍ୟାରେ ମଦପିଇବା ପରେ ସ୍ତ୍ରୀ ସହ ଝଗଡ଼ା କରୁଥିଲା ଦୀପକ । ତେବେ ପ୍ରେମର ବାଟରେ ଦୀପକ କଣ୍ଟା ସାଜିଥିବା ଅନୁଭବ କରି ବାବାଜୀ ଓ ରଶ୍ମିତା ଦୀପକଙ୍କୁ ଜୀବନରୁ ମାରିଦେବା ଯୋଜନା କରିଥିଲେ । ଯୋଜନା ମୁତାବକ ସ୍ତ୍ରୀ ରଶ୍ମିତା ଗତମାସ ୧୧ ତାରିଖରେ ସ୍ବାମୀର ମଦ ଗ୍ଲସରେ କୌଶଳ କ୍ରମେ ଘାସମରା ଔଷଧ ମିଶାଇ ଦେଇଥିଲା । ଦୀପକ ଏହି ମଦ ପିଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ଦୀପକଙ୍କ ଭାଇ ହିମାଂଶୁ। ସେପଟେ ଦୀପକଙ୍କୁ ହତ୍ୟା କରାଯାଇଥିବା ମହାକାଳପଡ଼ା ଥାନାରେ ଅଭିଯୋଗ ମଧ୍ଯ କରିଛନ୍ତି ହିମାଂଶୁ ।

ଏହା ମଧ୍ୟ ପଢନ୍ତୁ-ପ୍ରେମ ପାଇଁ ସ୍ତ୍ରୀ ପୋଛିଲା ମଥା ସିନ୍ଦୁର, ପ୍ରେମିକ ସହ ଅଭିଯୁକ୍ତ ପତ୍ନୀକୁ ବାନ୍ଧିଲା ପୋଲିସ

ତେବେ ଗୁରୁତର ଅବସ୍ଥାରେ ଦୀପକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତକଙ୍କ ଭାଇ ହିମାଂଶୁ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଯାହା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ପରକୀୟା ପ୍ରୀତିରୁ ସ୍ବାମୀଙ୍କୁ ହତ୍ୟା ଅଭିଯୋଗ ହେବା ପରେ ସ୍ବାମୀର ଜୁଇ ଜଳୁଥିବା ବେଳେ ପ୍ରେମିକ ସହ ଫେରାର ହେଇଯାଉଥିଲା ସ୍ତ୍ରୀ । ଏହାପରେ ଉଭୟଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା । ଶେଷରେ ଉଭୟଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details