ଓଡିଶା

odisha

ETV Bharat / state

Panchayat Poll: ଭୋଟରଙ୍କ ଉତ୍ତର ଦେଲେ ପ୍ରାର୍ଥୀ - କେନ୍ଦ୍ରାପଡାରେ ଭୋଟରଙ୍କ ଉତ୍ତର ଦେଲେ ପ୍ରାର୍ଥୀ

ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ପାଇଁ ନିର୍ମାଣ ହୋଇଛି ଖୋଲାମଞ୍ଚ । କାହିଁକି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି, ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ପ୍ରାର୍ଥୀ ଓ ପ୍ରାର୍ଥୀନୀ । ଅଧିକ ପଢନ୍ତୁ

Panchayat Poll: ଭୋଟରଙ୍କ ଉତ୍ତର ଦେଲେ ପ୍ରାର୍ଥୀ
Panchayat Poll: ଭୋଟରଙ୍କ ଉତ୍ତର ଦେଲେ ପ୍ରାର୍ଥୀ

By

Published : Feb 17, 2022, 9:45 PM IST

କେନ୍ଦ୍ରାପଡା: ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ପାଇଁ ନିର୍ମାଣ ହୋଇଛି ଖୋଲାମଞ୍ଚ । କାହିଁକି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି, ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ପ୍ରାର୍ଥୀ ଓ ପ୍ରାର୍ଥୀନୀ । ସେହିଭଳି ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁଛନ୍ତି ନେତା ଓ ପ୍ରାର୍ଥୀ ।

Panchayat Poll: ଭୋଟରଙ୍କ ଉତ୍ତର ଦେଲେ ପ୍ରାର୍ଥୀ

ତେବେ ପଶ୍ଚିମ ଓଡିଶା ପରେ ଉପକୂଳ ଓଡିଶାରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଗୋଟିଏ ମଞ୍ଚରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ରାଜନୈତିକ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଉଛନ୍ତି । ଭୋଟରଙ୍କ ଦ୍ବାରା ପ୍ରସ୍ତୁତ ପ୍ରଶ୍ନର ଉତ୍ତର ଦେଉଛନ୍ତି ପ୍ରାର୍ଥୀ ।

ସେହିଭଳି ମୁଁ କାହିଁକି ପ୍ରାର୍ଥୀ/ପ୍ରାର୍ଥୀନୀ ହେଲି ଓ ମୋର ରାଜନୀତିକୁ ଆସିବାର ଉଦ୍ଦେଶ୍ୟ କଣ' ଏନେଇ ଭୋଟରଙ୍କ ଉତ୍ତର ରଖିଛନ୍ତି ପ୍ରାର୍ଥୀ । ଏଭଳି ଦୃଶ୍ୟ କେନ୍ଦ୍ରାପଡା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଦେଖିବାକୁ ମିଳିଛି । ତେବେ କେନ୍ଦ୍ରାପଡା ବିକାଶ ପରିଷଦ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତ ବାସିନ୍ଦାଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଖୋଲାମଞ୍ଚ କାର୍ଯ୍ୟକ୍ରମରେ ପ୍ରତ୍ୟକ ଜିଲ୍ଲା ପରିଷଦ ପ୍ରାଥୀଙ୍କୁ ୧୦ ମିନିଟ, ପ୍ରତ୍ୟେକ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ୮ ମିନିଟ ସମୟ ଦିଆଯାଇଥିଲା ।

ଅନ୍ୟପଟେ ଆସନ୍ତା ୨୨ ତାରିଖରେ କେନ୍ଦ୍ରାପଡା ବ୍ଲକରେ ଭୋଟ ହେବାକୁ ଥିବା ବେଳେ ଏହା ପୂର୍ବରୁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସମାଜସେବା ସମ୍ପର୍କରେ ପ୍ରଶ୍ନ କରିଥିଲେ ଭୋଟର । ଦଳମତ ନିର୍ବିଶେଷରେ ପ୍ରାର୍ଥୀମାନେ ସେମାନଙ୍କ ଯୋଗ୍ୟତା, ଯୋଜନା, ଲକ୍ଷ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଯେଉଁ ପ୍ରାର୍ଥୀ/ପ୍ରାର୍ଥୀନୀ ଶ୍ୟାମସୁନ୍ଦରପୁର ପଞ୍ଚାୟତ ବିକାଶରେ ସହଯୋଗ କରିବ ସେହି ପ୍ରାର୍ଥୀଙ୍କୁ ଭୋଟ ଦିଆଯିବ ବୋଲି କହିଛନ୍ତି ଭୋଟର ।

ଅନ୍ୟପଟେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିକାଶର ବାର୍ତ୍ତାବହ ହେବା ପାଇଁ ଆଶା ରଖିଥିବା ଉଚ୍ଚ ଶିକ୍ଷିତା ତଥା M-Tech ଛାତ୍ରୀ ଶୁଶ୍ରୀମୟୀ ସେଠୀ ବିଜୟୀ ହେଲେ ପଞ୍ଚାୟତ ବିକାଶ ଓ ଏକ ସୁସ୍ଥ ପଞ୍ଚାୟତ ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିସହ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ପାଇଁ ସେ ବିବାହ ନକରି ଲୋକସେବା କରିବେ ବୋଲି ଉପସ୍ଥିତ ସାଧାରଣ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଗତ ୨୦୧୯ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାୟିକା ପାଇଁ ଲଢିଥିବା ଊର୍ମିଳା ସେଠୀ ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ତେବେ ଏକଦା ବିଜେପିର ପୋଷ୍ଟର ଗାର୍ଲ ରହି ଆସିଥିବା ଊର୍ମିଳା ଗତ କିଛି ଦିନ ହେବ ବିଜେଡି ଦଳରେ ମିଶିଛନ୍ତି । ଲୋକଙ୍କ ସେବା କରିବା ପାଇଁ ତାଙ୍କୁ କୌଣସି ଦଳର ସହଯୋଗ ଆବଶ୍ୟକ ନଥିବା କହିଥିବା ବେଳେ ସେ ଭୋଟରଙ୍କୁ ତାଙ୍କ ସପକ୍ଷରେ ଅଧିକରୁ ଅଧିକ ଭୋଟ ଦେବା ପାଇଁ କହିଛନ୍ତି । ଆଜିର ଏହି ଖୋଲାମଞ୍ଚ କାର୍ଯ୍ୟକ୍ରମରେ ୧୦ରୁ ଅଧିକ ପ୍ରାର୍ଥି ଏବଂ ପ୍ରାର୍ଥୀନୀ ନିଜର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରିଥିବାରୁ ଭୋଟର କାହା ପ୍ରତିଶ୍ରୁତିରେ ପ୍ରଭାବିତ ହୋଇଛନ୍ତି ତାହା ସମୟ କହିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details