କେନ୍ଦ୍ରାପଡ଼ା: ରାଜ୍ୟର ଏକ ପ୍ରମୁଖ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ରାଜନଗର । ଯାହା ଉପରେ ରହିଥାଏ ସବୁଦଳର ନଜର । ଏଥର ମଧ୍ୟ ଚର୍ଚ୍ଚାରେ ରହିଛି ଏହି ବିଧାନସଭା । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅଧିନରେ ଅବସ୍ଥିତ ଥିବା ଏହି ଆସନରେ ଚଳିତ ଥର ଏଠାରେ କଂଗ୍ରେସ, ବିଜେପି ଏବଂ ବିଜେଡି ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି ।
ରାଜନେତାର ପୁଅ ରାଜନେତା ହେବାରେ ଅସୁବିଧା କେଉଁଠି: ଅଂଶୁମାନ ମହାନ୍ତି - kendrapara dist
ରାଜ୍ୟ ରାଜନୀତିରେ ଅଣକଂଗ୍ରେସ ଗଡ ଭାବେ ଜଣାଶୁଣା ରାଜନଗର ବିଧାନସଭା ଆସନ। ଏଥର ଏଠାରେ ତ୍ରିକୋଣୀୟ ମୁକବିଲା ହେଉଛି। କିଏ ମାରିବ ବାଜି ତାହା ନିର୍ବାଚନୀ ଫଳାଫଳରୁ ଜଣାପଡିବ।
ଏଥର କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ତଥା ତଥା ବର୍ତ୍ତମାନର ବିଧାୟକ ଅଂଶୁମାନ ମହାନ୍ତି, ବିଜେପିରୁ ପୂର୍ବତନ ବିଧାୟକ ଅଲେଖ ଜେନା ଏବଂ ବିଜେଡିରୁ ଧ୍ରୁବ ସାହୁ ପ୍ରମୁଖ ନିର୍ବାଚନ ଲଢୁଛନ୍ତି । ଏହି ରାଜନଗର ଆସନରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଭାବେ ଜଣାଶୁଣା ନଳିନୀକାନ୍ତ ମହାନ୍ତି ଲଗାତାର 7 ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ମନ୍ତ୍ରୀପଦ ମଧ୍ୟ ହାତେଇଥିଲେ ।
ସକାଳୁ ସକାଳୁ ତିନିଦଳର ପ୍ରାର୍ଥୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ପରେ ବିଭିନ୍ନ ବୁଥ ବୁଲି ସମର୍ଥକଙ୍କୁ ଗୁରୁମନ୍ତ୍ରଣା ଦେଉଛନ୍ତି । ଏଥର ରାଜନଗରବାସୀ ବଂଶବାଦ ବିରୋଧରେ ଭୋଟ ଦେବେ ବୋଲି ବିରୋଧି ପ୍ରାର୍ଥୀ କହିଛନ୍ତି । ଏହାର ପ୍ରତିକ୍ରିୟା ରଖି ଅଂଶୁମାନ ଡାକ୍ତର ପୁଅ ଡାକ୍ତର, ଇଂଜିନିୟର ପୁଅ ଇଂଜିନିୟର ହେଲାବେଳେ ଜଣେ ରାଜନେତା ପୁଅ ରାଜନେତା ହେବାରେ ଅସୁବିଧା କେଉଁଠି ରହିଲା ବୋଲି ସେ ବିରୋଧିଙ୍କୁ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ