ଓଡିଶା

odisha

ETV Bharat / state

ଉତ୍କଟ ପାନୀୟ ଜଳ ସମସ୍ୟା, ପ୍ରଶାସନର ଦ୍ବାରସ୍ଥ ହେଲେ ତିନୋଟି ଓ୍ବାର୍ଡବାସୀ - ଉତ୍କଟ ପାନୀୟ ଜଳ ସମସ୍ୟା

କେନ୍ଦ୍ରାପଡାରେ ଉତ୍କଟ ପାନୀୟ ଜଳ ସମସ୍ୟା । ପ୍ରଶାସନର ଦ୍ବାରସ୍ଥ ହେଲେ ତିନୋଟି ଓ୍ବାର୍ଡବାସୀ । ଦାବି ପୂରଣ ନ ହେଲେ ଆନ୍ଦୋଳନର ଚେତାବନୀ । ଅଧିକ ପଢନ୍ତୁ ....

water problem in kendrapara district
ଉତ୍କଟ ପାନୀୟ ଜଳ ସମସ୍ୟା,ପ୍ରଶାସନର ଦ୍ବାରସ୍ତ ହେଲେ ତିନୋଟି ଓ୍ବାର୍ଡବାସୀ

By

Published : Jul 15, 2020, 2:14 PM IST

କେନ୍ଦ୍ରାପଡା : କେନ୍ଦ୍ରାପଡ଼ାରେ ପାଣି ଟୋପାଏ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏକ ଓଭର ହେଡେଡ଼ ଓ୍ବାଟର ଟ୍ୟାଙ୍କର ବସାଇବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ। ହେଲେ କୌଣସି ସୁଫଳ ମିଳି ନାହିଁ । ଫଳର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଇନ୍ଦୁପୁର ପଞ୍ଚାୟତର 2,4 ଓ 6 ନମ୍ବର ଓ୍ବାର୍ଡର ବାସିନ୍ଦା । କେବଳ ଗୋଟିଏ ନଳକୂପ ସାଜିଛି ଏମାନଙ୍କ ପାଇଁ ସାହାଭରସା । ତିନୋଟି ୱାର୍ଡରେ 500 ପରିବାରର 3000 ଲୋକ ପାଇପ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ।

ଉତ୍କଟ ପାନୀୟ ଜଳ ସମସ୍ୟା,ପ୍ରଶାସନର ଦ୍ବାରସ୍ତ ହେଲେ ତିନୋଟି ଓ୍ବାର୍ଡବାସୀ

ଅପରପକ୍ଷରେ 2 ନମ୍ବର ୱାର୍ଡରେ ଆଦୌ ନଳକୂପ ନଥିବା ବେଳେ ଏଠାକୁ ପାଇପ ପାଣି ଆସିବା ପାଇଁ ଟ୍ୟାପ କନେକ୍ସନ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ନହେବାରୁ ଏହି ଟ୍ୟାପରେ କଳଙ୍କି ଲାଗି ଗଲାଣି । ବର୍ଷ ପରେ ବର୍ଷ ଏଭଳି ସମସ୍ୟା ଲାଗି ରହିଥିବାରୁ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ଲୋକେ । ଏକ ଓଭର ହେଡେଡ଼ ୱାଟର ଟ୍ୟାଙ୍କ ବସାଇବା ପାଇଁ ଗୁହାରି କରିଥିଲେ । ଯଦି ଏଥର ଏମାନଙ୍କ ଅଭିଯୋଗକୁ ପ୍ରଶାସନ ନ ଶୁଣେ ବିରାଟ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଲୋକେ । କେନ୍ଦ୍ରାପଡ଼ା ସାଂସଦ ଓ ବିଧାୟକଙ୍କୁ ଏକ ଓଭର ହେଡେଡ଼ ଓ୍ବାଟର ଟ୍ୟାଙ୍କର ଆବଶ୍ୟକତା ରହିଥିବା ନେଇ ସରପଞ୍ଚ ଚିଠି ଲେଖିଥିବା ଜଣାଇଛନ୍ତି । ସେପଟେ ସମସ୍ୟାର ସମାଧାନ କରାଯିବା ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details