ଓଡିଶା

odisha

ETV Bharat / state

LPG ଟାଙ୍କିରେ ଭରି ରହିଛି ପାଣି, ତେଜିଲା ତଦନ୍ତ ଦାବି

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ଗାଁରେ ଜଣେ ଗ୍ୟାସ ଉପଭୋକ୍ତାଙ୍କ ଗ୍ୟାସ ଟାଙ୍କିରୁ ଗ୍ୟାସ ବଦଳରେ ବାହାରୁଛି ପାଣି । ଅଧିକ ପଢନ୍ତୁ...

ଉପଭୋକ୍ତଙ୍କ ତଦନ୍ତ ଦାବି
ଉପଭୋକ୍ତଙ୍କ ତଦନ୍ତ ଦାବି

By

Published : Apr 16, 2021, 3:41 PM IST

କେନ୍ଦ୍ରାପଡା:ଗ୍ୟାସ ଉପଭୋକ୍ତାଙ୍କୁ ଝଟକା । ଗ୍ୟାସ ଟାଙ୍କିରୁ ବାହାରୁଛି ପାଣି । ଏପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ଗାଁରେ ।

ଗ୍ୟାସ ଟାଙ୍କିରୁ ଗ୍ୟାସ ବଦଳରେ ବାହାରୁଛି ପାଣି

ସୂଚନାଅନୁସାରେ, ରାଜନଗର ବ୍ଲକ କୁରୁଣ୍ଟି ଗାଁର ହରେକୃଷ୍ଣ ପରିଡା ନାମକ ଜଣେ ବ୍ୟକ୍ତି ଗତ ଫେବ୍ରୃଆରୀ 25 ତାରିଖରେ ଉଜ୍ବଳା ଗ୍ୟାସ ଯୋଜନାରେ ରାଜନଗର ଇଣ୍ଡେନ ଗ୍ୟାସ କେନ୍ଦ୍ରରୁ ଗ୍ୟାସ ଆଣିଥିଲେ । ଇଣ୍ଡେନ ଗ୍ୟାସ ଠାରୁ ଫ୍ରାଂଚାଇଜ ନେଇଥିବା ନୂଆଗାଁର ଉମା ସାହାଣୀଙ୍କ ପାଖରେ ଗ୍ୟାସ ଟାଙ୍କି ଭର୍ତ୍ତି କରି ଆଣିଥିଲେ ହରେକୃଷ୍ଣ । ମାର୍ଚ୍ଚ 15 ତାରିଖରେ ଗ୍ୟାସ ବ୍ୟବହାର କରିବାରୁ ଗ୍ୟାସ ଜଳି ନଥିଲା । କାଳେ ଚୁଲା ଖରାପ ଥିବ ଭାବି ଅନ୍ୟ ଏକ ଚୁଲାରେ ଲଗାଯାଇଥିଲା । ମାତ୍ର ଗ୍ୟାସ ଜଳି ନଥିଲା । ଏହା ପରେ ହରେକୃଷ୍ଣ ଗ୍ୟାସ ଆଣିଥିବା ଫ୍ରାଚାଇଜ ସେଣ୍ଟର ସହିତ ଯୋଗଯୋଗ କରିଥିଲେ । ଏ ନେଇ ରାଜନଗର ଗ୍ୟାସ ଡିପୋରେ ଅଭିଯୋଗ କରିବାକୁ କହିଥିଲେ ଫ୍ରାଂଚାଇଜର ସଦସ୍ୟ ।

ହରେକୃଷ୍ଣଙ୍କୁ ସନ୍ଦେହ ହେବାରୁ ସେ ଗ୍ୟାସ ଟାଙ୍କି ଖୋଲି ତଳକୁ ଅଣେଇବାରୁ ସେଥିରୁ ପାଣି ବାହାରିଥିଲା । ପ୍ରାୟ 5 ଲିଟରରୁ ଅଧିକ ପାଣି ବାହାରିଥିଲା ଟାଙ୍କିରୁ । ଗ୍ୟାସ ଟାଙ୍କିରେ ପାଣି କିପରି ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ନେଇ ତଦନ୍ତ କରିବା ଓ ଭେଜାଲ ସାମଗ୍ରୀ ଯୋଗାଇ ଦେଇଥିବା ସମ୍ପୃକ୍ତ ଡିପୋ ଏବଂ ଫ୍ରାଂଚାଇଜ ସେଣ୍ଟର ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହରେକୃଷ୍ଣ ରାଜନଗର ଯୋଗାଣ ଅଧିକାରୀଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏ ନେଇ ତଦନ୍ତ ପରେ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details