ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ କଙ୍ଗାରୁ କୋର୍ଟ: ପରକୀୟା ସନ୍ଦେହରେ ଗାଁଲୋକେ ମହିଳା ଓ ଯୁବକଙ୍କୁ ସାତବେଣ୍ଟିଆ କଲେ !

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି । ପ୍ରେମରେ ମସଗୁଲ ମଧ୍ୟବୟସ୍କ ପ୍ରେମୀଯୁଗଳ । ଧରି ପକାଇଲେ ଗ୍ରାମବାସୀ । ଏହାପରେ ମହିଳାଙ୍କୁ ଗଛରେ ବାନ୍ଧି ମୁହଁରେ ଚୁନକଳା ବୋଳି ସାତବେଣ୍ଟିଆ କଲେ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡାରେ କଙ୍ଗାରୁ କୋର୍ଟ: ମହିଳାଙ୍କୁ ଗଛରେ ବାନ୍ଧି ମୁହଁରେ ଚୁନକଳା ବୋଳିଦେଲେ
କେନ୍ଦ୍ରାପଡାରେ କଙ୍ଗାରୁ କୋର୍ଟ: ମହିଳାଙ୍କୁ ଗଛରେ ବାନ୍ଧି ମୁହଁରେ ଚୁନକଳା ବୋଳିଦେଲେ

By

Published : Aug 4, 2022, 4:39 PM IST

କେନ୍ଦ୍ରାପଡ଼ା : ଆଧୁନିକ ସମାଜରେ କଙ୍ଗାରୁ କୋର୍ଟ । ଗାଁ ଲୋକେ ପରକୀୟା ସଂପର୍କରେ ଲିପ୍ତ ଅଭିଯୋଗରେ ଗାଁର ଜଣେ ବିବାହିତା ମହିଳା ଏବଂ ଅନ୍ୟ ଜଣେ ଯୁବକକୁ ଗାଳିଗୁଲଜ କରି ନିସ୍ତୁକ ମାଡ଼ ମାରିଛନ୍ତି । ହେଲେ ଗାଁର ମହିଳାମାନଙ୍କର ଏତିକିରେ ମନ ବୁଝିଲାନି ଦୁହିଁକୁ ଆଣି ଗଛରେ ଓ ଫୋନ ଖୁଣ୍ଟରେ ବାନ୍ଧି ପୁଣି ପିଟିଲେ । ଶେଷରେ ଉଭୟଙ୍କ ମୁହଁରେ ଚୁନକଳା ବୋଳି ସାତବେଣ୍ଟିଆ କଲେ । ଆଉ ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ବାନ୍ଧିକି ରଖି ନିର୍ଯାତନା ଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ଅନ୍ତର୍ଗତ ଜାଗୁଳେଇ ପଡା ଗାଁରେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏସବୁ ଦେଖି ନଦେଖିବା ପରି ରହିଛି ପୋଲିସ ।

କେନ୍ଦ୍ରାପଡାରେ କଙ୍ଗାରୁ କୋର୍ଟ: ପରକୀୟା ସନ୍ଦେହରେ ଗାଁଲୋକେ ମହିଳା ଓ ଯୁବକଙ୍କୁ ସାତବେଣ୍ଟିଆ କଲେ !

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ଅନ୍ତର୍ଗତ ଜାଗୁଳେଇ ପଡା ଗାଁର ଜଣେ ବିବାହିତ ମହିଳା ଗାଁଠୁ କିଛି ଦୂରରେ ମହାଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତି ସହ କଥା ହେଉଥିଲେ । ଏହି ସମୟରେ ଗାଁର ଜଣେ ମହିଳାଙ୍କ ଦୃଷ୍ଟି ପଡ଼ିଥିଲା ଉଭୟଙ୍କ ଉପରେ । ଉଭୟେ ପରକୀୟା ସଂପର୍କରେ ରଖିଥିବା ନେଇ ଗାଁରେ କହିବା ପରେ ଅନ୍ୟ ମହିଳାମାନଙ୍କୁ ନେଇ ଘଟଣା ସ୍ଥଳକୁ ଯାଇଥିଲେ । ଏହାପରେ ଉଭୟଙ୍କୁ ଗାଳିଗୁଲଜ କରିବା ସହ ଗାଁ ଭିତରକୁ ଟାଣି ଟାଣି ଆଣିଥିଲେ । ଏହାପରେ ମହିଳାଙ୍କୁ ଗାଁ ମଝିରେ ଥିବା ଏକ ନଡ଼ିଆ ଗଛ ଏବଂ ପୁରୁଷ ଜଣକୁ ଏକ ଫୋନ ଖୁଣ୍ଟରେ ବାନ୍ଧି ଦେଇଥିଲେ । ତାପରେ ଉଭୟଙ୍କୁ ଗାଳିଗୁଲଜ କରି ନିସ୍ତୁକ ମାଡ଼ ମାରିବା ସହ ଉଭୟଙ୍କ ମୁହଁରେ ଚୁନକଳା ବୋଳି ସାତବେଣ୍ଟିଆ କରିଥିଲେ । ଗାଁ ଲୋକେ ଉଭୟଙ୍କୁ ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ବାନ୍ଧିକି ରଖି ନିର୍ଯାତନା ଦେଇଥିଲେ । ଗାଁ ଲୋକଙ୍କ ଅଭିଯୋଗ ଥିଲା ସଂପୃକ୍ତ ମହିଳାଙ୍କ ଏକାଧିକ ପ୍ରେମିକ ଅଛନ୍ତି ଏବଂ ଅନେକ ଥର ଗାଁ ଲୋକେ ତାଗିଦ କରିବା ପରେ ମଧ୍ୟ ମହିଳାଙ୍କ ଉପରେ ଏହାର କିଛି ଫରକ ପଡୁନଥିଲା । ଏପରିକି ଗତ କିଛି ଦିନ ତଳେ ଗାଁର ଜଣେ ଯୁବକ ସଂପୃକ୍ତ ମହିଳାଙ୍କ ପାଇଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶେଷରେ ଗାଁ ଲୋକଙ୍କ ପୁଞ୍ଜିଭୂତ ରାଗ ବିସ୍ଫୋରଣର ରୂପ ନେଇଥିଲା । ମହିଳାଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ ସାତବେଣ୍ଟିଆ କରାଗଲା ବୋଲି ଅଭିଯୋଗ କରିଛନ୍ତି ।

ବିଡମ୍ବନାର ବିଷୟ ହେଲା ଗାଁର ଶହ ଶହ ଲୋକଙ୍କ ଆଖି ଆଗରେ ଏହି ଅଭାବନୀୟ ଘଟଣା ଘଟିଚାଲୁଥିଲେ ହେଁ କେହି ଏହାର ପ୍ରତିବାଦ କରିନଥିଲେ । ସମସ୍ତେ ଦେଖଣାହାରୀ ହୋଇ ଘଟଣାର ମଜା ନେଉଥିଲେ । ଏପରିକି ଗାଁଲୋକେ ଏହାର ଭିଡିଓ କରିବାରେ ବ୍ୟସ୍ତଥିବା ଦେଖିବାକୁ ମିଳିଛି । ଶେଷରେ ଏହିସବୁ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଦେଲେ । ସଭ୍ୟ ସମାଜ ପ୍ରତି ଏଭଳି ଘଟଣା ନିନ୍ଦନୀୟ ହୋଇଥିବା ବେଳେ ଏମାନଙ୍କୁ ପୋଲିସ ଜିମା ନଦେଇ ମହିଳା ମାନେ ବାନ୍ଧି ମାଡ଼ମାରି ଆଇନକୁ ହାତକୁ ନେବା ଘଟଣାକୁ ନାପସନ୍ଦ କରିଛନ୍ତି ଆଇନଜୀବୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

For All Latest Updates

ABOUT THE AUTHOR

...view details