ଓଡିଶା

odisha

ଅଫେରା ରାଇଜରେ ବିଜୟ ମହାନ୍ତି, ଗାଁ ପୁଅକୁ ହରାଇ କାନ୍ଦୁଛି ପାଣ୍ଡିରି

By

Published : Jul 21, 2020, 10:17 AM IST

Updated : Jul 21, 2020, 11:13 AM IST

'ରୂପା ଶଗଡିରେ ସୁନା କନିଆ' ସଙ୍ଗୀତର ଜଗନ ଭାଇ ଆଉ ଏ ଦୁନିଆରେ ନାହାଁନ୍ତି । ବର୍ଷିୟାନ ଅଭିନେତା ସ୍ଵର୍ଗତଃ ବିଜୟ ମହାନ୍ତି ମେଡିକାଲରେ ଚିକିତ୍ସିତ ହେବାପରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଛି । ଅଧିକ ଖବର ପଢନ୍ତୁ...

ଅଫେରା ରାଇଜରେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତି
ଅଫେରା ରାଇଜରେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତି

କେନ୍ଦ୍ରାପଡା: 'ରୂପା ଶଗଡିରେ ସୁନା କନିଆ' ସଙ୍ଗୀତର ଜଗନ ଭାଇ ଆଉ ଏ ଦୁନିଆରେ ନାହାଁନ୍ତି । ବର୍ଷିୟାନ ଅଭିନେତା ସ୍ଵର୍ଗତଃ ବିଜୟ ମହାନ୍ତି ମେଡିକାଲରେ ଚିକିତ୍ସିତ ହେବାପରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

ଗାଁରେ ଥିବା ବିଜୟଙ୍କ ପରିବାର ଲୋକେ ତାଙ୍କ ଦେହାନ୍ତ ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି l 1950 ମସିହାରେ ପିତା ଆଦିକନ୍ଦ ମହାନ୍ତି ଓ ମାତା ଶାନ୍ତିଲତା ମହାନ୍ତିଙ୍କ କୋଳରେ ଜନ୍ମ ନେଇଥିଲେ ଦିଗଜ ଅଭିନେତା l ଦୁଇ ଭଉଣୀ ଓ ଦୁଇ ଭାଇଙ୍କ ମଧ୍ୟରେ ବିଜୟ ବଡ ଥିଲେ l ପାଣ୍ଡିରି ଗାଁରେ ବିଜୟ ମହାନ୍ତିଙ୍କର ଶୈଶବ କଟିଛି l

ଅଫେରା ରାଇଜରେ ବିଜୟ ମହାନ୍ତି, ଗାଁ ପୁଅକୁ ହରାଇ କାନ୍ଦୁଛି ପାଣ୍ଡିରି

ସ୍ଥାନୀୟ ବିନୋବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଓ ଗୁଲ୍ ନଗର୍ ସ୍କୁଲରେ ଅବଶିଷ୍ଟ ଶିକ୍ଷା ସମାପ୍ତ କରିଥିଲେ l ପରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଭିନୟ ଶିକ୍ଷା କରିଥିଲେ l କେନ୍ଦ୍ରାପଡ଼ା ମାଟିରୁ ଏକ ଜ୍ୟୋତି ଲିଭିଗଲା ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି l ବିଭିନ୍ନ ସୁନାମଧନ୍ୟ ଓଡ଼ିଆ ଚଳଚ୍ଚିତ୍ରର ସେ ଥିଲେ ଏକ ନିର୍ବିବାଦୀୟ ଓ ପ୍ରତିଦ୍ବନ୍ଦୀ ବିହୀନ ଅଭିନେତା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 21, 2020, 11:13 AM IST

ABOUT THE AUTHOR

...view details