ଓଡିଶା

odisha

ETV Bharat / state

ମୁକୁଳା ନଦୀ ଘାଇକୁ ନେଇ ଭୟଭିତ ଲୋକେ - unsafety ring road

ମୁକୁଳା ପଡିଛି ନଦୀ ଘାଇ । ଆଶା ଆଶଙ୍କାରେ ସ୍ଥାନୀୟ ଲୋକେ । ବନ୍ଧ ମରାମତି କାର୍ଯ୍ୟ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ....

unsafety ring road people in free in kendrapara
ମୁକୁଳା ନଦୀ ଘାଇକୁ ନେଇ ଭୟଭିତ ଲୋକେ

By

Published : Apr 22, 2021, 9:13 PM IST

କେନ୍ଦ୍ରାପଡା: ମୁକୁଳା ପଡିଛି ନଦୀ ଘାଇ । ଆଶା ଆଶଙ୍କାରେ ସ୍ଥାନୀୟ ଲୋକେ । ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ବେଣୀପୁର ଘାଇର ଦୃଶ୍ୟ । ଗତ 7 ମାସ ତଳେ ବିରୂପା ନଦୀରେ ଆସିଥିଲା ପ୍ରଳୟଙ୍କରୀ ବନ୍ୟା । କ୍ଷତିଗ୍ରସ୍ତ ହୋଇଥିଲେ ସ୍ଥାନୀୟ ଲୋକେ । ରାତିକ ଭିତରେ ୮ ଗୋଟି ୱାର୍ଡର ପ୍ରାୟ ୩ ହଜାରରୁ ଅଧିକ ଲୋକେ ବିପନ୍ନ ହୋଇପଡିଥିଲା । ଜୀବନ ବଞ୍ଚାଇବାକୁ ଘର ଦ୍ବାର ଛାଡି ନଦୀ ବନ୍ଧକୁ ଧାଇଁଥିଲେ ଲୋକେ ।

ମୁକୁଳା ନଦୀ ଘାଇକୁ ନେଇ ଭୟଭିତ ଲୋକେ

ବନ୍ୟା ସମୟରେ ବାଲିବସ୍ତା ପକାଇ କାମ ସାରିଦେଇଥିଲା ବିଭାଗ । ବନ୍ୟା ସିନା ଚାଲିଗଲା । କିନ୍ତୁ ଘାଇ ମରାମତି କରିବାକୁ ଭୁଲିଗଲା ପ୍ରଶାସନ । ଆଉ 2ମାସ ପରେ ଆସିବ ମୌସୁମୀ । ତରବରିଆ ଭାବେ ବନ୍ଧ ମରାମତି ହେବ । ଯାହାର ଅସ୍ତିତ୍ବ ନେଇ ପ୍ରଶ୍ନ ଉଠିଛି । ସେପଟେ, ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଧା ଲୋକଙ୍କୁ ସହାୟତା ମିଳିନି ।

ଅନ୍ୟପଟେ ବନ୍ଧର ମରାମତିକୁ ନେଇ ଉଠିଛି ପ୍ରଶ୍ନ । ୨୦୧୮ ମସିହାରେ ୬ କୋଟି ଟଙ୍କା ବ୍ୟୟରେ ଏହି ବନ୍ଧର ମରାମତି କରାଯାଇଥିଲା। ଯାହାକି ୨୦୧୯ ଡିସେମ୍ବରରେ ଶେଷ ହୋଇଥିଲା। ଏଥିରେ ମାଟି ପକାଇବା ଏବଂ ପଥର ପ୍ୟାକିଂ କାର୍ଯ୍ୟ ମଧ୍ୟ କରାଯାଇଥିଲା। କିନ୍ତୁ ଘାଇ ସୃଷ୍ଟି ହେବା ପରେ ବନ୍ଧ ମରାମତି ନିମ୍ନମାନର ବୋଲି ଅଭିଯୋଗ ହୋଇଥିଲା ।

ସେପଟେ, ଆସନ୍ତା ମେ ମାସ ଶେଷ ସୁଦ୍ଧା ଘାଇ ମରାମତି ସରିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ଶେଷ ମୁହୂର୍ତ୍ତରେ ବନ୍ଧ ମରାମତି କାର୍ଯ୍ୟ କରାଗଲେ ପୁନର୍ବାର ଏକ ବଡ ବନ୍ୟାକୁ ସମ୍ମୁଖୀନ ହେବା ପାଇଁ ଏହି ବନ୍ଧ ସମର୍ଥ ହେବ ତ ? ଏ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି ,ଇଟିଭି ଭାରତ

ABOUT THE AUTHOR

...view details